ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତରେ ମେହେନ୍ଦୀ ଲଗାଇ, ଲାଲ ଶାଢ଼ି ପିନ୍ଧି ସଜେଇ ହୋଇ ବିବାହ ମଣ୍ଡପରେ ବସିଥିଲେ ଯୁବତୀ, ହେଲେ ନା ଆସିଲା ବର ନା ଆସିଲେ ବରଯାତ୍ରୀ। ମଣ୍ଡପରେ ବରଙ୍କ ଅପେକ୍ଷା କରି ଶେଷରେ ନିରାଶ ହେଲେ କନ୍ୟା। ଏମିତି ଘଟଣା ଘଟିଛି ପଞ୍ଜାବର ଅମୃତସରରେ।

ଯାହାଙ୍କୁ ଯୁବତୀ ଜଣକ ବିବାହ କରିଥାନ୍ତେ ତାଙ୍କ ସହିତ ଫେସବୁକରେ ତାଙ୍କ ବନ୍ଧୁତା ହୋଇଥିଲା। ଏହାପରେ ଦୁହିଁଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କଥା ଶାରୀରିକ ସଂପର୍କରେ ପହଞ୍ଚିଥିଲା।

ଯୁବତୀଙ୍କ କହିବା ଅନୁସାରେ ଫେସବୁକରେ ମୋହିତ ସେହଗଲ ନାଁରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ମୋହିତ ଫେସବୁକରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ନିଜକୁ ଜଣେ ଫ୍ୟାକ୍ଟ୍ରି ମାଲିକ ବୋଲି କହିଥିଲେ।

ଯୁବତୀ ଜଣକ ତାଙ୍କ ପ୍ରେମ ଜାଲରେ ପଡ଼ିବା ପରେ ବିବାହ ପ୍ରତିଶ୍ରୁତି ଦେଇ ମୋହିତ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ।

ଦୁହିଁଙ୍କ ପରିବାର ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ। ନଭେମ୍ବର ୩୦ରେ ବିବାହ ପାଇଁ ତାରିଖ ନିର୍ଦ୍ଦାରଣ ହୋଇଥିଲା। ଯୁବତୀଙ୍କ ପରିବାର ବିବାହ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ହେଲେ ବିବାହ ଦିନ ହିଁ ମୋହିତ ବାହା ହେବାକୁ ମନା କରଦେଇଥଲେ।

Comment