ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ବା ଭଲ ପାଇବା, ଯେଉଁଥିରେ ବିଶ୍ୱାସର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ। ଯଦି ସେଥିରେ ଧୋକା ମିଳେ ତେବେ ଏହା ଏକ ବଡ଼ ସମସ୍ୟା ହୋଇଯାଏ। ଏହି ଧୋକାର କାରଣ ଆପଣଙ୍କ ଦୃଢ଼ ବିଶ୍ୱାସ ହୋଇପାରେ। କାରଣ ଅନେକ ସମୟରେ ଆପଣ ନିଜ ବିଶ୍ୱାସରେ ଏତେ ହଜି ଯାଇଥାନ୍ତି ଯେ ଆପଣଙ୍କ ପଛରେ ଆପଣଙ୍କୁ କିଏ ଧୋକା ଦେଉଛି ଆପଣ ଜାଣି ପାରନ୍ତିନି। ଏମିତି ପରିସ୍ଥିତିରେ ଆପଣ କିଛି ସଙ୍କେତରୁ ଜାଣି ପାରିବେ ଯେ ଆପଣଙ୍କ ସାଥୀ ଆପଣଙ୍କୁ ଧୋକା ଦେଉଛନ୍ତି ବୋଲି।

ପ୍ରତିଦିନ ରୋଟିନ୍‌ରେ ପରିବର୍ତ୍ତନ

ପ୍ରତିଦିନ ରୋଟିନ ପରିବର୍ତ୍ତନ ଆପଣଙ୍କ ସାଥୀ ଆପଣଙ୍କ ଧୋକା ଦେବାର ସଙ୍କେତ ହୋଇପାରେ। ଯଦି ଆପଣଙ୍କ ସାଥୀ ବିନା କାରଣରେ ନିଜ କାର୍ଯ୍ୟରେ ପରିବର୍ତ୍ତନ କରନ୍ତି, ଆପଣଙ୍କ ସହିତ ନିଜ ଭାବନା ସେୟାର ନ କରନ୍ତି, ବିନା କାରଣରେ ଝଗଡ଼ା କରନ୍ତି ଏହା ଧୋକାର ସଙ୍କେତ ହୋଇପାରେ।

ବ୍ୟବହାରରେ ପରିବର୍ତ୍ତନ

ଆପଣଙ୍କ ସାଥୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ମଧ୍ୟ ଧୋକାର ସଙ୍କେତ ହୋଇପାରେ।

ନିଜ ଉପରେ ଅଧିକ ଧ୍ୟାନ ଦେବା

ଯଦି ଆପଣଙ୍କ ସାଥୀ ଆପଣଙ୍କ ଧୋକା ଦେଉଥିବେ ତେବେ ସେ ଆପଣଙ୍କ ଅପେକ୍ଷା ନିଜ ଉପରେ ଅଧିକ ଧ୍ୟାନ ଦେବେ। ଏଥିରୁ ମଧ୍ୟ ଆପଣ ଜାଣିପାରିବେ ଯେ ସେ ଆପଣଙ୍କୁ ଧୋକା ଦେଉଛନ୍ତି।

ଆପଣଙ୍କ ପ୍ରତି ରୁଚି କମିଯିବା

ଯଦି ଆପଣଙ୍କଠୁ ରୁଚି କମିଯାଉଛି ବା ସେ ସମୟ ଦେଉନାହାନ୍ତି ଏହାର କାରଣ ହେଲା ତାଙ୍କର ଧ୍ୟାନ ଏବେ ଅନ୍ୟ କେଉଁଠି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯଦି ସେ ଆପଣଙ୍କ ରାୟ ବୁଝୁନାହାନ୍ତି ତେବେ ଏହା ମଧ୍ୟ ଧୋକାର ସଙ୍କେତ ହୋଇପାରେ।

Comment