ଓଡ଼ିଶାଲାଇଭ ବ୍ୟୁରୋ

ଲଭ, ସେକ୍ସ, ଧୋକା ଜାଲରେ ଡାକ୍ତରାଣୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଏକ ଡାକ୍ତରଖାନାରୁ। ଏନେଇ ଡାକ୍ତରାଣୀ ଜଣକ ଥାନାରେ ଏତଲା ଦେଇଛନ୍ତି।

ଡାକ୍ତରାଣୀ ଜଣକ ସେହି ହସ୍ପିଟାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କ ନାଁରେ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କୁ ନିର୍ଯାତନା ଦେଇଥିବା ଡାକ୍ତରାଣୀ କହିଛନ୍ତି। ତେବେ ଅକ୍ଟୋବର ୨୪ରେ ବିବାହ କରିବାକୁ କହି ବର୍ତ୍ତମାନ ଯୁବକ ଜଣକ ଫେରାର ହୋଇଯାଇଛନ୍ତି।

ଏନେଇ ଡାକ୍ତରାଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଖୋଜୁଛି।

Comment