ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅପରାହ୍‌ଣରେ ଭଦ୍ରକ ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ଭଦ୍ରକସ୍ଥିତ ବାସୁଦେବ ପୁର, ଚାନ୍ଦବାଲି, ବେତଡ଼ା ଓ ଚୂଡ଼ାମୁଣୀରେ କୁଆପଥର ବର୍ଷା ହୋଇଛି।

ତେବେ କିଛି ଦିନ ମଧ୍ୟରେ ହେଉଥିବା ଗରମରୁ ଲୋକେ କିଛି ମାତ୍ରାରେ ନିସ୍ତାର ପାଇଛନ୍ତି।

ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଥିଲା। ସମୁଦ୍ର ଅଶାନ୍ତ ରହିଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ଆସନ୍ତା ୧୯ ତାରିଖ ପରଠୁ ପାଗ ସ୍ୱାଭାବିକ୍‌ ରହିବା ସହ ତାତି ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comment