ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆଜି ସକାଳେ ପାକିସ୍ତାନର ଏଫ୍‌-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଭାରତୀୟ ବାୟୁସେନାର ମିଗ୍‌-୨୧ ଏହାର  ଜବାବ ଦେଇଥିଲା। କିନ୍ତୁ ଦୁଃର୍ଭାଗ୍ୟବସତ ଏହି ବିମାନ କ୍ରାସ୍ ହୋଇଯାଇଛି। ଏହି ବିମାନର ପାଇଲଟ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି। ତେବେ ବାୟୁସେନା ପକ୍ଷରୁ ଏହି ପାଇଲଟ୍‌ଙ୍କ ନାଁ ଘୋଷଣା କରାଯାଇନାହିଁ।

ଅନ୍ୟପକ୍ଷରେ ପାକିସ୍ତାନ ସେନା ନିଖୋଜ ବାୟୁସେନାର ପାଇଲଟ୍‌ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏହାକୁ ନେଇ ପାକିସ୍ତାନ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁ ଭିଡିଓରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରୁଛି।

ପାକିସ୍ତାନ ସେନା ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।। ଏହି ଭିଡିଓରେ  ବ୍ୟକ୍ତି ଜଣକ କହୁଛନ୍ତି, “ମୋ ନାଁ ୱିଙ୍ଗ କମାଣ୍ଡର ଅଭିନନ୍ଦନ। ମୋ ସର୍ଭିସ ନମ୍ବର ହେଉଛି ୨୭୯୮୧। ମୁଁ ଜଣେ ପାଇଲଟ୍‌। ମୋ ଧର୍ମ ହେଉଛି ହିନ୍ଦୁ।”

ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ପାକିସ୍ତାନର ସେନା ଆଗରେ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ଏହାର ତଦନ୍ତ କରୁଛୁ।

LEAVE A REPLY

Please enter your comment!
Please enter your name here