ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତୀୟ ବାୟୁସେନାର ପାଇଲଟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ନିର୍ମାତା ଏହି ଫିଲ୍ମର ପ୍ରଥମ୍‌ ଲୁକ୍‌ ମଧ୍ୟ ଜାରି କରିଛନ୍ତି। ଏହି ଫିଲ୍ମର ଟାଇଟଲ ରହିଛି ‘ତେଜସ୍‌’। ଏଥିରେ କଙ୍ଗନାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫିଲ୍ମରେ ଜଣେ ଫାଇଟର ପାଇଲଟଙ୍କ କାହାଣୀ ଦେଖିବାକୁ ପାଇବେ ଦର୍ଶକ।

୨୦୧୬ରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଚଳାଇବାରେ ମହିଳାଙ୍କୁ ସ୍ଥାନ ମିଳିଥିଲା। ଏହି ଐତିହାସିକ ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ ହୋଇଛି।

ସତ୍ୟ, ନିଷ୍ଠା, ସାହସ ଓ ସମ୍ମାନକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଦର୍ଶକ ଦେଶଭକ୍ତି ଦେଖିବାକୁ ପାଇବେ। ଏହି ଫିଲ୍ମର କାହାଣୀ ସର୍ଭେଶ ମେଓ୍ୱାଡ଼ା ଲେଖିବା ସହି ନିର୍ଦ୍ଦେଶନା ଭାର ମଧ୍ୟ ସେ ସମ୍ଭାଳିବେ।

Comment