ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ ପରେ ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ପଞ୍ଜାବ ସୀମାନ୍ତ ଅଞ୍ଚଳରେ ମଧ୍ୟ ଏନେଇ ଉତ୍ତେଜନା ଦେଖାଯାଇଛି। ତେବେ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ସୀମାନ୍ତ ଗାଁର ଲୋକମାନେ ଗାଁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଗାଁର ଚାଷୀ ବି ସେନା ସହିତ ଶତ୍ରୁଙ୍କ ସହ ଲଢ଼ିବାକୁ ଚାହୁଁଛନ୍ତି।

କୃଷକଙ୍କ କହିବା କଥା, ଯଦି ପାକିସ୍ତାନ ପକ୍ଷରୁ ଦେଶକୁ ଆକ୍ରମଣ କରାଯାଏ ତେବେ ଆମେ ଗାଁରେ ରହି ସେନାକୁ ସବୁ ସମ୍ଭବ ସାହାଯ୍ୟ କରିବୁ। ସେନା ସହିତ ମିଶି ଶତ୍ରୁଙ୍କ ସହିତ ଲଢ଼ିବୁ।

ପଓକେରେ ଏୟାରଷ୍ଟ୍ରାଇକ ପରେ ପ୍ରଶାସନ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳର ଗାଁ ଲୋକେ କିନ୍ତୁ ଗାଁ ଛାଡ଼ିବା ପାଇଁ ରାଜି ହୋଇନଥିଲେ।

ଯଦି ଯୁଦ୍ଧ ହୁଏ ଗାଁରେ ରହି ସେନାକୁ ସବୁ ପ୍ରକାର ସହାୟତା ଯୋଗାଇଦେବୁ କହିଛନ୍ତି ଗାଁ ଲୋକେ। କେବଳ ଏତିକି ନୁହେଁ ଯେତେବେଳେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ସେତେବେଳେ ମଧ୍ୟ ସେମାନେ ଗାଁ ଛାଡ଼ିନଥିଲେ କହିଛନ୍ତି ଗାଁ ଲୋକେ।

Comment