ଓଡ଼ିଶାଲାଇଭ ବ୍ୟୁରୋ
ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପୁଣି କରୋନା ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସବୁଠୁ ଅଧିକ ପ୍ରଭାବିତ ୫ ରାଜ୍ୟର ଫେରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାପାଳ ଓ ପୌରାଞ୍ଚଳ କମିସନରଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏହି ୫ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କଟକଣା ବି ଜାରି କରିଛନ୍ତି ସରକାର।
- ଏହି ୫ ରାଜ୍ୟରୁ କେହି ଫେରିଥିଲେ ୭ ଦିନ ଦିନ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ।
- ଆଇସୋଲେସନରେ ରହିବା ବେଳେ ଲକ୍ଷଣ ଦେଖାହେଲେ ଆରଟିପିସିଆର ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ କୋଭିଡ ଚିକିତ୍ସା କରାଯିବ।
- ଟିକାକରଣ ପ୍ରମାଣପତ୍ର ଥିଲେ ଆଇସୋଲେସନ ଆବଶ୍ୟକ ନାହିଁ।
- ଆରିଟିପିସିଆର୍ ନେଗେଟିଭ ରିପୋର୍ଟ ଥିଲେ ସଙ୍ଗରୋଧ ଆବଶ୍ୟକ ନାହିଁ।
- ସେହିଭଳି ସଂକ୍ରମଣ ବଢ଼ୁଥିବା ୧୨ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ବିମାନବନ୍ଦର ଓ ରେଳଷ୍ଟେସନରେ ସ୍କ୍ରିନିଂ କରାଯିବ।