ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷକ ଆନ୍ଦୋଳନକୁ ସମର୍ଥ କରି ଜଣେ ପୋଲିସ ଡିଆଜି ଚାକିରିରୁ ଇସ୍ତଫା ଦେଇଛନ୍ତି।

ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ଏହିପରି ସମୟରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବ ପୋଲିସର ଡିଆଇଜି ପଦବୀରେ ଥିବା ଜଣେ ଅଫିସର ଇସ୍ତଫା ଦେଇଛନ୍ତି। ଅଫସିରଙ୍କ ନାମ ହେଉଛି ଲଖ୍‌ମିନ୍ଦର ସିଂହ ଜାଖର। ଏହି ଖବର ପ୍ରସାରଣ ହେବା ପରେ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି।

ପଞ୍ଜାବ ପୋଲିସରେ ଜେଲ୍‌ ବିଭାଗର ଡିଆଇଜି ପଦବୀରେ ଚାକିରି କରିଥିଲେ ଜାଖର। ଶନିବାର ଜାଖର ନିଜର ଇସ୍ତଫା ପତ୍ର ଦେି କହିଛନ୍ତି ଯେ, ସେ ତାଙ୍କ ସବୁ ଦାୟିତ୍ଵ ଶେଷ କରିଛନ୍ତି। ତେଣୁ ଏବେ ତାଙ୍କ ଇସ୍ତଫାକୁ ଗ୍ରହଣ କରିବାରେ କୌଣସି ଅସୁବିଧା ହେବନାହିଁ।“ପ୍ରଥମେ ମୁଁ ଜଣେ କୃଷକ। ତା’ପରେ ଯାଇ ପୋଲିସ ଅଫିସର। ଆଜି ମୁଁ ଯାହା ବି ହୋଇପାରିଛି, ଆଉ ଯେଉଁ ପଦବୀରେ ବସିଛି, ସେସବୁ ମୋ କୃଷକ ବାପାଙ୍କ ପାଇଁ। ଯିଏକି ଚାଷ ଜମିରେ ଅକ୍ଳାନ୍ତ ପରିଶ୍ରମ କରି ପଇସା ଯୋଗାଡ଼କରି ମତେ ପାଠ ପଢ଼ାଇଛନ୍ତି” କହିଛନ୍ତି ଲଖ୍‌ମିନ୍ଦର ସିଂହ ଜାଖର।

ଜାଖର ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ୮୧ ବର୍ଷୀୟ ବୃଦ୍ଧା ମା ଗାଁରେ ଥିବା ସମସ୍ତ ଚାଷ କାର୍ଯ୍ୟର ତଦାରଖ କରନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଜାଖରଙ୍କ ମତାମତ କ’ଣ ରହିଛି ବୋଲି ଯେତେବେଳେ ଜାଖରଙ୍କୁ ପଚାରିଲେ, ସେ ମାଙ୍କ ଆଖିକୁ ଚାହିଁପାରିଲେ ନାହିଁ। ତେଣୁ ଜାଖର ଇସ୍ତଫା ଦେଇ ଖୁବଶୀଘ୍ର ତାଙ୍କ ଚାଷୀ ଭାଇମାନଙ୍କ ସହ ଦିଲ୍ଲୀରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇ ବହୁ ବରିଷ୍ଠ ରାଜନେତା, ଖେଳାଳି ଏବଂ ବୈଜ୍ଞାନିକମାନେ ସରକାରଙ୍କ ଦ୍ଵାରା ପାଇଥିବା ମୂଲ୍ୟବାନ ପୁରସ୍କାର ସରକାରଙ୍କୁ ଫେରାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଜଣେ ପୋଲିସ ଡିଆଇଜିଙ୍କ ଇସ୍ତଫା ଦେବା ବୋଧହୁଏ ପ୍ରଥମ।

Comment