ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୁଁ ହେତୁ ପାଇଲା ଦିନରୁ ଜଣେ ଆଇଟମ୍‌ ଡ୍ୟାନ୍ସର ହେବାକୁ ଚାହିଁଥିଲି। ଭୋଜପୁରୀ ଆଇଟମ୍‌ ଡ୍ୟାନ୍ସର ହେଲେନ ହେଉଛନ୍ତି ମୋ’ ପ୍ରେରଣା। ପିଲାଟି ଦିନରୁ ମୁଁ ତାଙ୍କ ଭଳି ଜଣେ ଆଇଟମ୍‌ ଡ୍ୟାନ୍ସର ହେବାକୁ ଚାହିଁଥିଲି” ଓଡ଼ିଶାଲାଇଭ୍‌କୁ କହିଛନ୍ତି ଆଇଟମ୍‌ ଗର୍ଲ ରାନୀ ପଣ୍ଡା।

ବର୍ତ୍ତମାନ ବିବାଦଘେରରେ ଆଇଟମ୍‌ ଗର୍ଲ ରାନୀ ପଣ୍ଡା। ଖଣ୍ଡଗିରି ଯାତ୍ରା ମଞ୍ଚରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରି ରାତାରାତି ଚର୍ଚ୍ଚାର ଘେରକୁ ଆସିଛନ୍ତି ରାନୀ। ସେ ମଞ୍ଚରେ ଡ୍ୟାନ୍ସ କରିବା ପରେ ତଳକୁ ଆସି ଜଣେ ଦର୍ଶକଙ୍କର କାନକୁ କାମୁଡ଼ି ଦେଇଥିଲେ। ରାନୀଙ୍କ ଏହି ଭିଡିଓ କେବଳ ଗଣମାଧ୍ୟମରେ ନୁହଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ରାନୀଙ୍କ ନାଁରେ ଆରମ୍ଭ ହୋଇଥିଲା ବିବାଦ।

ତେବେ ଓଡ଼ିଶାଲାଇଭ୍‌ ପକ୍ଷରୁ ରାନୀ ସହ ଯୋଗାଯୋଗ କରାଯାଇଥିଲା। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାନୀ ନିଜ ଜୀବନର ଅକୁହା କଥା ଓଡ଼ିଶାଲାଇଭ୍‌ କ୍ୟାମେରା ଆଗରେ କହିଛନ୍ତି। କାହିଁକି ସେ ଆଇଟମ୍‌ ଗର୍ଲ ହେଲେ ସେ ନେଇ ବିସ୍ତୃତ ଭାବେ କହିଛନ୍ତି ରାନୀ।

“ଗୋଟେ ଫିଲ୍ମରେ ହିରୋ, ଭିଲେନ୍‌, ସପୋର୍ଟିଂ କ୍ୟାରେକ୍ଟର ଅଛନ୍ତି। ଏମାନଙ୍କ ମଧ୍ୟରେ ଏକ ଛୋଟିଆ ବମ୍‌ବ୍ଲାଷ୍ଟ୍‌ ଆଇଟମ ଥାଏ। ପିଲ୍ମ ଚାଲୁଥିବା ବେଳେ ହଠାତ୍ ଏହି ବମ୍‌ବ୍ଲାଷ୍ଟ ଆଇଟମ ଆସିବ ଏବଂ ଫିଲ୍ମକୁ ହିଟ୍‌ କରିଦେବ। ସେଇଟି ହେଉଛି ଆଇଟମ୍ ଗର୍ଲ। ମୁଁ ପିଲାଟି ଦିନରୁ ଆଇଟମ୍‌ ଗର୍ଲ ହେବାକୁ ଚାହିଁଛି”, ରାନୀ ପଣ୍ଡା କହିଛନ୍ତି।

ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ରାନୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି, “ଜଣେ ଆଇଟମ୍‌ ଆର୍ଟିଷ୍ଟ୍‌ ସବୁ ପ୍ରକାର ଭୂମିକାରେ ଅଭିନୟ କରିପାରିବ। ଅଙ୍ଗ ପ୍ରଦର୍ଶନ କରିବା ମଧ୍ୟ ଗୋଟେ କଳା। ସବୁ କଳାକାର ଅଙ୍ଗ ପ୍ରଦର୍ଶନ କରି ଡ୍ୟାନ୍ସ କରିପାରିବେନି। ସେଥିରେ ବି ଗୋଟେ ଅଭିନୟ ରହିଛି। ମୁଁ ପିଲାଟି ଦିନରୁ ସ୍ଥିର କରିଥିଲି କି ଆଇଟମ୍‌ ଗର୍ଲ ହେଲେନଙ୍କ ଭଳି ଜଣେ ଆଇଟମ୍‌ ଡ୍ୟାନ୍ସର ହେବି।”

Comment