ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona test 1

ଦେଶରେ ଏବେ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି। ପ୍ରତିଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ତେବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପୁଣି ଥରେ କରୋନାରେ ଆକ୍ରାନ୍ତ ହେବା ସମସ୍ୟା ଚିନ୍ତାର କାରଣ ପାଲଟିଲାଣି। ତେବେ କ’ଣ ଥାଇପାରେ ଏହା ପଛର କାରଣ ଆସନ୍ତୁ ଜାଣିବା।

ଦିଲ୍ଲୀ ସହ ଅନ୍ୟ କେତେକ ରାଜ୍ୟରେ ମଧ୍ୟ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କର ପୁଣି ଆକ୍ରାନ୍ତ ହେବା ଘଟଣା ସାମନାକୁ ଆସିଛି। ତେବେ ବୈଜ୍ଞାନିକଙ୍କ କହିବା ଅନୁୟାୟୀ ଅଧା ଚିକିତ୍ସା କିମ୍ବା ସଂପୂର୍ଣ୍ଣରୂପେ ସୁସ୍ଥ ନହୋଇଥିବା ରୋଗୀଙ୍କଠାରେ ପୁନଃର୍ବାର କରୋନାର ପ୍ରଭାବ ଦେଖିବାକୁ ମିଳୁଛି।

ଦିଲ୍ଲୀର ଜଣେ ପଚାଶ ବର୍ଷୀୟ ପୋଲିସ କର୍ମଚାରୀ ମେ’ ୨୨ରେ କରୋନାରୁ ସୁସ୍ଥ ହୋଇ ପରେ ଡ୍ୟୁଟିରେ ଯୋଗ ଦେଇଥିଲେ। କିନ୍ତୁ ଜୁଲାଇ ୧୦ରେ ସେ ଆଉଥରେ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଲା। ସେହିପରି କେରଳ ଓ ଅନ୍ୟ ରାଜ୍ୟରୁ ମଧ୍ୟ ଏପରି ଅନେକ କେସ୍ ଆସୁଛି।

coronavirus-in-odisha-4

ହାଓ୍ୱାର୍ଡ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜୀଷ୍ଟ ଡାକ୍ତର ମାଇକେଲ ମୀନାଙ୍କ କହିବା ଅନୁଯାୟୀ ସଂକ୍ରମିତଙ୍କ ମଧ୍ୟରେ ତିଆରି ହୋଇଥିବା ଆଣ୍ଟିବଡ଼ି ଦୁଇରୁ ତିନି ମାସ ଯାଏଁ ସକ୍ରିୟ ଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ସୁସ୍ଥ ହୋଇଥିବା ଆକ୍ରନ୍ତଙ୍କୁ ଆଉଥରେ କରୋନା ହେବ। ପୂରା ସୁସ୍ଥ ନହେବା ଯାଏଁ ରୋଗୀକୁ ଆଉଥରେ କରୋନା ହେବର ସମ୍ଭାବନା ରହିଛି। ଚିକିତ୍ସା ସମୟରେ ଆକ୍ରାନ୍ତ ଶରୀରରେ ଭାଇରସର ମାତ୍ରା ଧିରେ ଧିରେ କମିଥାଏ କିନ୍ତୁ ଏହାକୁ ସଂପୂର୍ଣ୍ଣ ସୁସ୍ଥ ଅବସ୍ଥା ମାନିନେବା ଭୁଲ୍। ତେଣୁ ଅତିକମରେ ଦୁଇଥର ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିବା ସହ ଲକ୍ଷଣ ସଂପୂର୍ଣ୍ଣ ଭାବେ ଶେଷ ହୋଇ ରୋଗୀ ଠିକ୍ ହେବା ପରେ ହିଁ ତାଙ୍କୁ ସୁସ୍ଥ ମାନିବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ମାଇକେଲ ମୀନା।

Comment