ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଖଣ୍ଡଗିରି ଯାତ୍ରାରେ ନଜର ଆସିବେନି ଆଇଟମ୍ କୁଇନ୍ ରାନୀ ପଣ୍ଡା।

ଏଥର ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ନଜର ଆସିବେନି ଆଇଟମ୍ ଗର୍ଲ ରାନୀ ପଣ୍ଡା। ରାନୀଙ୍କ ଦମଦାର ରେକର୍ଡ ଡ୍ୟାନ୍ସ ଦେଖିବାରୁ ବଞ୍ଚିତ ହେବେ ଯାତ୍ରା ଦର୍ଶକ। କାରଣ ରାନୀ ଓ ତାଙ୍କର ଯାତ୍ରା ପାର୍ଟିକୁ ବ୍ୟାନ୍ ହୋଇଛି ଖଣ୍ଡଗିରି ଯାତ୍ରା।

“ଆଉ ମାତ୍ର ଅଳ୍ପ ଦିନ ପରେ ଖଣ୍ଡଗିରିରେ ଯାତ୍ରା ଆରମ୍ଭ ହେବ। ହେଲେ ମତେ ଓ ମୋ ପାର୍ଟିକୁ ଖଣ୍ଡଗିରି ଯିବାକୁ ମନା ହେଇଛି। ମୋ ଅଶ୍ଳୀଳ ନୃତ୍ୟ ପାଇଁ ସେମାନେ ଆମ ଉପରେ ବ୍ୟାନ୍ ଲଗାଇଛନ୍ତି ”, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ଆଇଟମ୍ କୁଇନ୍ ରାନୀ ପଣ୍ଡା।ଫେବ୍ରୁଆରି ୧ ତାରିଖରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଛି। ୫ ତାରିଖରୁ ଖଣ୍ଡଗିରିର ଯାତ୍ରା ପେଣ୍ଡାଲରେ ନାଟକ ମଧ୍ୟ ଆରମ୍ଭ ହେବ। ଯାତ୍ରାର ଚିକମିକ୍ ଲାଇଟ୍,ସାଉଣ୍ଡ ସହ ଯାତ୍ରା ଡାଇଲଗରେ କମ୍ପିବ ଖଣ୍ଡଗିରି ମେଳା। ସେଥିପାଇଁ ଏବେଠୁ ମାଳ ମାଳ ପୋଷ୍ଟରରେ ପୋତି ହୋଇପଡ଼ିଲାଣି ଖଣ୍ଡଗିରି। ଏହାମଧ୍ୟରେ କିନ୍ତୁ ଖଣ୍ଡଗିରି ଯାତ୍ରାରୁ ଦୂରରେ ରହିଛନ୍ତି ରାନୀ ପଣ୍ଡା।ଅନ୍ୟପଟେ ତାଙ୍କ ବିନା ଖଣ୍ଡଗିରି ଯାତ୍ରା ଆଉ ଯାତ୍ରା ହୋଇ ରହିବନି। କାରଣ ଆଇଟମ୍ ଡ୍ୟାନ୍ସ ବିନା ଲୋକମାନେ ଯାତ୍ରା ଦେଖିବାକୁ ପସନ୍ଦ କରନ୍ତିନି। ଆଇଟମ୍ ଗୀତ ବିନା ଲୋକମାନେ ସାରା ରାତି ଅନିଦ୍ରା ହୋଇ କେବଳ ବୋର୍ ହେବେ ବୋଲି କହିଛନ୍ତି ରାନୀ।

ଗତବର୍ଷ ଏହି ଖଣ୍ଡଗିରି ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ନାଚି ଚର୍ଚ୍ଚାକୁ ଆସିଥିଲେ ରାନୀ। ଯାତ୍ରା ମଞ୍ଚ ଉପରେ ଅଶ୍ଳୀଳ ନୃତ୍ୟରେ ନାଚିବା ନେଇ ତାଙ୍କ ନାଁ’ରେ ଅଭିଯୋଗ ହୋଇଥିଲା। ଏପରିକି ଡ୍ୟାନ୍ସ ସମୟରେ ରାନୀ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସେ ସମୟରେ ଏହି କଥାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ରାନୀ ପଣ୍ଡା। ତାଙ୍କ ପାଖକୁ ଲଗାତାର ଅଶ୍ଳୀଳ ମେସେଜ୍ ଆସିବା ସହ ଲୋକମାନେ ତାଙ୍କୁ ଅଭଦ୍ର ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।ଏହାପରେ ଯାତ୍ରାଠାରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ ରାନୀ। ଯାତ୍ରା ପେଣ୍ଡାଲରେ ରାନୀଙ୍କ ଡ୍ୟାନ୍ସ ଦେଖିବାରୁ ଲୋକମାନେ ବଞ୍ଚିତ ହୋଇଥିଲେ। ସେହି ସମୟରେ ରାନୀ ତାଙ୍କର ଜୀବନ କାହାଣୀ ଉପରେ ନିର୍ମାଣ ହେଉଥିବା ଫିଲ୍ମ ଓ ଯାତ୍ରା ସହ ବ୍ୟସ୍ତ ରହିଥିବା ସୂଚନା ଦେଇଛନ୍ତି।

ଏଥିସହ ଚଳିତ ଥର ଖଣ୍ଡଗିରି ଯାତ୍ରାରେ ସେ ଓ ତାଙ୍କ ପାର୍ଟି ଆସିବାକୁ ରାଜି ଥିଲେ। ଏଥିପାଇଁ ତାଙ୍କର ରିଅରସଲ୍ ମଧ୍ୟ ଶେଷ ହୋଇଥିଲା କିନ୍ତୁ ଶେଷ ସମୟରେ ତାଙ୍କୁ ଓ ତାଙ୍କ ପାର୍ଟିକୁ ଖଣ୍ଡଗିରି ଯାତ୍ରାକୁ ଆସିବାକୁ ମନା ହୋଇଥିଲା ବୋଲି ରାନୀ କହିଛନ୍ତି।

Comment