ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ପାଇଁ ସ୍ଥାନ ଖୋଜା ଚାଲିଛି। ସବୁବର୍ଷ ଭଳି ଏବର୍ଷ ଆଉ ଖଣ୍ଡଗିରିରେ ଯାତ୍ରା ହୋଇ ନପାରେ। ଖଣ୍ଡଗିରି ଅଞ୍ଚଳରେ ଫ୍ଲାଏଓଭର ନିର୍ମାଣ ହେଉଥିବାରୁ ସେଠାରେ ଯାତ୍ରା କରାଇବା ସମ୍ଭବ ହେବନାହିଁ ବୋଲି ବିଏମସି କମିସନର ପ୍ରେମଚନ୍ଦ ଚୌଧାରୀ କହିଛନ୍ତି। ତେଣୁ ଚଳିତ ବର୍ଷ ଗୋଟିଏ ସ୍ଥାନ ପରିବର୍ତ୍ତେ ଦୁଇ ତିନୋଟି ସ୍ଥାନରେ ଯାତ୍ରା କରିବାକୁ ପ୍ରସ୍ତାବ ରଖାଯାଇଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଯାତ୍ରା ନିମନ୍ତେ ଏକ ସଠିକ୍ ସ୍ଥାନ ଖୋଜା ଚାଲିଛି। ଖଣ୍ଡଗିରିଠାରେ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଠାରେ କରୋନା କଟକଣା ମଧ୍ୟରେ ଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଖଣ୍ଡଗିରି ଯାତ୍ରା ଦେଖିବା ପାଇଁ ଅନେକ ଲୋକଙ୍କ ସମାଗମ ହୋଇଥାଏ। ତେଣୁ ଚଳିତ ବର୍ଷପାଇଁ ବିଏମସି ବିକଳ୍ପ ସ୍ଥାନ ଖୋଜିବାରେ ଲାଗିଥିବା ବିଏମସି କମିସନର ପ୍ରେମଚନ୍ଦ ଚୌଧାରୀ କହିଛନ୍ତି।

କରୋନା କାଳରେ ସମସ୍ତ ଦିଗକୁ ଧ୍ୟାନ ଦେଇ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଣେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ଉଭୟଙ୍କ ପ୍ରସ୍ତାବ ନିଆଯାଇଛି। ଖଣ୍ଡଗିରି ଯାତ୍ରାକୁ ନେଇ ଆୟୋଜକମାନଙ୍କ ସହ ଆଲୋଚନା ପରେ ଯାତ୍ରା ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବିଏମସି କମିସନର କହିଛନ୍ତି।

Comment