ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପାଇଲଟ ଅଭିନନ୍ଦନ ଶୁକ୍ରବାର ଭାରତ ଫେରିବେ। ଅଭିନନ୍ଦନଙ୍କ ଆସିବା ନେଇ ସାରାଦେଶରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଅଭିନନ୍ଦନଙ୍କ ସୁରକ୍ଷିତ ଫେରିବା ନେଇ ଲୋକେ ପୂଜାର୍ଚ୍ଚନା କରୁଛନ୍ତି।

ଅଭିନନ୍ଦନଙ୍କୁ ଆଣିବା ପାଇଁ ବାୟୁସେନାର ଏକ ପ୍ରତିନିଧିମଣ୍ଡଳ ୱାଘା ସୀମା ଯିବେ। ସେପଟେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ବାପା, ମା’ ୱାଘା ସୀମାରେ ପହଞ୍ଚିଛନ୍ତି।

ତେବେ ତାଙ୍କ ଆସିବା ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ତାଙ୍କୁ ସକାଳ ୧୦ଟାରୋ ଅଟାରୀ ବର୍ଡର ଆଣିବାର ଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ପାକିସ୍ତାନ ସମୟ ଅନୁସାରେ ତାଙ୍କୁ ଦିନ ୩ଟା ରୁ ୪ଟା ଭିତରେ ଅଣାଯିବ। ଅଭିନନ୍ଦନ ୱାଘା ସୀମା ଦେଇ ଭାରତ ଫେରିବେ।

Comment