ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରି ଆସିଛନ୍ତି। ଶୁକ୍ରବାର ରାତି ୯ଟା ୨୧ ମିନିଟ୍‌ରେ ଅଭିନନ୍ଦନ ନିଜ ଧରିତ୍ରୀରେ ପାଦ ଥାପିଲା ବେଳେ ପୂରା ଦେଶ ତାଙ୍କ ସ୍ୱାଗତ ପାଇଁ ଛିଡ଼ା ହୋଇଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ ମଧ୍ୟ ଅଭିନନ୍ଦନଙ୍କୁ ଅଭିନନ୍ଦନ କରିଥିଲେ। ଟିମ୍‌ ଇଣ୍ଡିଆ ଅଭିନନ୍ଦନଙ୍କୁ ଏକ ଅଭିନବ ଶୈଳୀରେ ସ୍ୱାଗତ କରିଛି। ତାଙ୍କ ନାମରେ ଜର୍ସି ଜାରି କରିଛନ୍ତି ଯାହା ଉପରେ କମାଣ୍ଡର ଅଭିନନ୍ଦନଙ୍କ ନାମ ଲେଖାଯାଇଛି।

ଶୁକ୍ରବାର ଭାରତୀୟ ଟିମ୍‌ ଏକ ଜର୍ସି ଲଞ୍ଚ କରିଛନ୍ତି। ଏହି ଜର୍ସି ପିନ୍ଧି ଭାରତୀୟ ଟିମ୍‌ ୱାର୍ଲଡ କପ୍ ଖେଳିବେ। ଜର୍ସିର ନମ୍ବର ୧ ରହିଛି। ଅର୍ଥାତ ଏବେ ଭାରତୀୟ ଟିମ୍‌ରେ କୌଣସି ଖେଳାଳିଙ୍କୁ ନମ୍ବର ୧ର ଜର୍ସି ଦିଆଯିବ ନାହିଁ। କାରଣ ତାହା ଅଭିନନ୍ଦନଙ୍କ ନାମରେ ଅଛି।

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍ଟେନ୍‌ ବିରାଟ କୋହଲି ଅଭିନନ୍ଦନଙ୍କ ଭାରତ ଫେରସ୍ତ ନେଇ ଖୁସି ଜାହିର କରିଛନ୍ତି। କ୍ରିକେଟର ଜଗତର ସବୁ ଖେଳାଳି ଅଭିନନ୍ଦନଙ୍କୁ ସଲାମ ଜଣାଇଛନ୍ତି।

Comment