ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଲକାଏଦାର ପୂର୍ବତନ ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହମ୍‌ଜା ବିନ୍‌ ଲାଡେନ ଏବେ ବ୍ଲାକ୍‌ଲିଷ୍ଟ୍‌ରେ। ମିଳିତ ଜାତିସଂଘ ହମ୍‌ଜାକୁ ଆତଙ୍କବାଦୀ ଘୋଷଣା କରି କଳାତାଲିକାରେ ଅନ୍ତର୍ଭୁକ୍ତ କରିଛି। ନିଜ ବାପା ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ହମ୍‌ଜା ବର୍ତ୍ତମାନ ଅଲକାଏଦାର ମୁଖ୍ୟ ପଦବୀରେ ରହି ସଂଗଠନ ଚଳାଇଛି।

ଜାତିସଂଘ ହମ୍‌ଜାକୁ ବ୍ଲାକ୍‌ଲିଷ୍ଟ୍‌ ପକାଇବା ପରେ ଜାତିସଂଘ ସୁରକ୍ଷାର ପରିଷଦର ସମସ୍ତ ୧୫ଟି ରାଷ୍ଟ୍ର ହମ୍‌ଜା ଉପରେ ସମସ୍ତ ପ୍ରକାର କଟକଣା ଲାଗୁ କରିବେ। ନିକଟରେ ବାପାର ମୃତ୍ୟୁର ପ୍ରତିଶୋଧ ନେବାକୁ ୩୦ ବର୍ଷୀୟ ହମ୍‌ଜା ଆମେରିକାକୁ ଧମକ ଦେଇଛି। ତେଣୁ ହମ୍‌ଜାକୁ ଧରିବା ପାଇଁ ଆମେରିକା ଶୁକ୍ରବାର ଏକ ମିଲିୟନ୍‌ ଡଲାର(୭ କୋଟି)ର ପୁରସ୍କାର ରାଶି ଘୋଷଣା କରିଛି।

୯/୧୧ ଆମେରିକା ଆକ୍ରମଣ ପରେ ଆମେରିକା ପାକିସ୍ତାନରେ ଆବୋଟ୍ଟାବାଦରେ ସେ ରହୁଥିବା କୋଠାରେ ପ୍ରବେଶ କରି ଲାଡେନ୍‌କୁ ହତ୍ୟା କରିଥିଲା। ଲେଡେନ୍‌ ମରିବା ପରେ ବର୍ତ୍ତମାନ ତା’ ପୁଅ ହାମଜା ବିନ୍ ଲାଡେନ୍ ଜେହାଦୀ ପ୍ରିନ୍ସ ହୋଇ ଅଲକାଏଦା ଆତଙ୍କୀ ସଂଗଠନ ଚଳାଇଛି। ରିପୋର୍ଟ ଅନୁଯାୟୀ ହାମ୍‌ଜା ବିନ୍‌ ଲାଡେନ୍‌ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ରହୁଥିବା ଜଣାପଡ଼ିଛି।

Comment