ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀର ମାମଲାରେ ଜାତି ସଂଘରେ ଭାରତର ବଡ଼ କୁଟନୈତିକ ବିଜୟ ହୋଇଛି। ଏହାସହ ପାକିସ୍ତାନର ସବୁ ମୁଖା ଖୋଲିଯାଇଛି ଓ ଭାରତକୁ ଅଡ଼ୁଆରେ ପକାଇ ପାକିସ୍ତାନକୁ ସମର୍ଥନ କରୁଥିବା ଚୀନର ସବୁ ଚାଲରେ ପାଣି ପଶିଯାଇଛି।

ଜମ୍ମୁ କଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦକୁ ନେଇ ଶନିବାର ଜାତିସଂଘରେ ନିରାପତ୍ତା ପରିଷଦର ବୈଠକ ହୋଇଥିଲା। ଏଥିରେ ଋଷର ଭାରତକୁ ସମର୍ଥନ ଫଳରେ ଚୀନ ଭାରତ ବିରୋଧରେ କରୁଥିବା ସବୁ ଚାଲ୍‌ ଫେଲ୍‌ ମାରିଥିଲା।

ଚୀନ୍‌ର ଭାରତ ବିରୋଧି ରଣନୀତି ସଂପର୍କରେ ଆଗୁଆ ସୂଚନା ମିଳିବା ପରେ ଭାରତ ଏହାକୁ ମୁକାବିଲା କରିବାକୁ କୂଟନୀତି କ୍ଷେତ୍ରରେ କସରତ ଆରମ୍ଭ କରିଥିଲା। ଫଳରେ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ୪ ସଦସ୍ୟ ବ୍ରିଟେନ, ଋଷ, ଫ୍ରାନ୍ସ ଓ ଆମେରିକା ଭାରତକୁ ସମର୍ଥନ କରିଥିଲେ।

ଏହାସହ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ୧୦ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୮ଟି ରାଷ୍ଟ୍ର ଭାରତକୁ ସମର୍ଥନ କରିବା ସହ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଥିଲେ।

ବିଶ୍ଵର ସମସ୍ତ ମହାଶକ୍ତି କଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ଦେଖି ଚୀନ ଓ ପାକିସ୍ତାନ ବିଚଲିତ ହୋଇଥିଲେ। ଭାରତ ବିରୋଧରେ ପ୍ରସ୍ତାବ ଆଣିଥିଲେ। ହେଲେ ଭାରତ ସପକ୍ଷରେ ଋଷର ଦୃଢ଼ ଯୁକ୍ତି ଓ ଅନ୍ୟ ରାଷ୍ଟ୍ର ସମର୍ଥନ ଯୋଗୁଁ ଶେଷରେ ଚୀନ୍‌ ପଛଘୁଞ୍ଚା ଦେଇଥିଲା।

Comment