ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଳିତ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୧୬ ତାରିଖରେ ଏନେଇ ଏକ ରୁଦ୍ଧଦ୍ୱାର ବୈଠକ ବୋଲି ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଜୋଆନା ରୋନେକା ସୂଚନା ଦେଇଛନ୍ତି।

କଶ୍ମୀର ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ୱତନ୍ତ୍ର ଆଲୋଚନା କରିବାକୁ ଚୀନ ପ୍ରସ୍ତାବ ଦେଇଥିଲେ ମଧ୍ୟ ଫ୍ରାନ୍ସ ଏହାକୁ ବିରୋଧ କରିଛି। କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ଏବଂ ଏହାକୁ ଦୁଇ ଭାଗ କରି ଲଦାଖ  ଏବଂ ଜାମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ମାନ୍ୟତା ଦେବା ପଦକ୍ଷେପକୁ ପାକିସ୍ତାନ ବିରୋଧ କରୁଛି। ଏହି ପ୍ରସଙ୍ଗରେ ପାକ୍‌କୁ ଚୀନ ସମର୍ଥନ ମିଳିଛି।

ଏନେଇ  ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ପରେ ଏନେଇ ଆଲୋଚନା କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାସହ ସେ ପୋଲାଣ୍ଡ ବିଦେଶ ମନ୍ତ୍ରୀଙ୍କୁ ମଧ୍ୟ ଏନେଇ ପତ୍ର ଲେଖିଛନ୍ତି। ପୋଲାଣ୍ଡରେ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହେବ।

Comment