ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଶାରୀରିକ ଯନ୍ତ୍ରଣା ହୁଏ, ଏହା ପୂରା ଦିନକୁ ପ୍ରଭାବିତ କରିଥାଏ। ଶରୀର ଯନ୍ତ୍ରଣାର ଅନେକ କାରଣ ରହିଥାଏ। ଚୌକିରେ ବଙ୍କା ବସିବା, ଭାରୀ ଜିନିଷ ଉଠାଇବା, ଶରୀରରେ ଆଘାତ ଲାଗିଥିଲେ ଶାରୀରିକ ଯନ୍ତ୍ରଣା ହୋଇଥାଏ। ଯଦି ଏଭଳି କିଛି ସମସ୍ୟା ଦେଖାଦିଏ ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର…

ହଳଦୀ

ଗୋଟେ ଚାମଚ ହଳଦୀକୁ ଉଷୁମ କ୍ଷୀରରେ ମିଶାଇ ରାତିରେ ଶୋଇବା ବେଳେ ପିଅନ୍ତୁ। ହଳଦୀରେ ଆଣ୍ଟି ଇନ୍‌ଫ୍ଲାମେଟୋରି ଥାଏ। ଏହାକୁ ପ୍ରତିଦିନ ରାତିରେ ପିଇଲେ ଶରୀରର ଯନ୍ତ୍ରଣାରୁ ଲାଘବ ମିଳିବ।

ଗୋଲ ମରିଚ

ଗୋଲ ମରିଚକୁ ଗୁଣ୍ଡ କରି ଗରମ ପାଣିରେ ବା ଚା’ରେ ମିଶାଇ ପିଇଲେ ଶରୀର ଯନ୍ତ୍ରଣାରୁ ତୁରନ୍ତ ଲାଘବ ମିଳିବ।

ସୋରିଷ ତେଲ

ଉଷୁମ ସୋରିଷ ତେଲରେ ରସୁଣ ଫୁଟେଇକି ଶରୀରରେ ଭଲକି ମାଲିସ୍‌ କଲେ ସାଙ୍ଗେସାଙ୍ଗେ ଉପଶମ ମିଳିବ। ଏହାକୁ ପ୍ରତିଦିନ ବ୍ୟବହାର କରନ୍ତୁ ଶରୀର ଯନ୍ତ୍ରଣାରୁ ଲାଘବ ମିଳିବ।

Comment