ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦେବା ପରେ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଓଡ଼ିଶାଲାଇଭ୍ର ଓପିନିଅନ ଓଡ଼ିଶା ଅଭିଯାନରେ ମତ ରଖି ଅନେକ ପାଠକ କହିଛନ୍ତି ଯେ ଏହା ପଦ୍ମ ଦଳ ପାଇଁ ନିଶ୍ଚୟ ଫାଇଦା ହେବ।
ଓଡ଼ିଶା ହେଉ କି ଜାତୀୟ, ପ୍ରତିଦିନ କିଛି ନା କିଛି ବଡ଼ ଧରଣର ଘଟଣା ଘଟୁଛି। ତା’ସାଙ୍ଗକୁ ଆଗକୁ ନିର୍ବାଚନ ଆସୁଥିବାରୁ ରାଜନୀତିକ ବଜାର ବି ଗରମ ରହିଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’।
ଓଡ଼ିଶାଲାଇଭ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗୁରୁବାରଦିନ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଆମର ପ୍ରଶ୍ନ ଥିଲା ‘ବିଜେପି ପାଇଁ କେତେଦୂର ଫାଇଦା ହେବେ ବୈଜୟନ୍ତ’?
ଏହି ପ୍ରସଙ୍ଗରେ କମେଣ୍ଟ କରିଥିବା ପାଠକମାନଙ୍କ ମଧ୍ୟରୁ ଅନେକ ‘ହଁ’ ବୋଲି ଦର୍ଶାଇଛନ୍ତି। ଅର୍ଥାତ୍ ବିଜେପିରେ ବୈଜୟନ୍ତଙ୍କ ଯୋଗଦାନ ପଦ୍ମ ଦଳ ପାଇଁ ନିଶ୍ଚୟ ଫାଇଦା ହେବ।
ଏହି ଅଭିଯାନରେ ଓଡ଼ିଶାଲାଇଭ୍ ଫେସ୍ବୁକ୍ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।
ଏହି ଜନମତ ଅଭିଯାନରେ ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍’ ଟିମ୍ ପକ୍ଷରୁ ଆହ୍ୱାନ କରାଯାଉଛି।

















