ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟଙ୍କ ଜବରଦସ୍ତ ଶତକ ପରେ ବି ରାଞ୍ଚି ଦିନିକିଆରେ ଟିମ୍‌ ଇଣ୍ଡିଆ ୩୨ ରନ୍‌ରେ ହାରିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଞ୍ଚିଠାରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ ୩୨ ରନ୍‌ରେ କଙ୍ଗାରୁ ଦଳଠାରୁ ହାରିଛି। ଟସ୍‌ ଜିତି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୧୩ ରନ୍‌ ସଂଗହ କରିଥିଲା। ଜବାବରେ ଟିମ୍‌ ଇଣ୍ଡିଆ ୪୮.୨ ଓଭରରେ ୨୮୧ ରନ୍‌ କରି ସମସ୍ତ ୱିକେଟ ହରାଇଥିଲା।

ମ୍ୟାଚ୍‌ର ଆରମ୍ଭରୁ କଙ୍ଗାରୁ ଦଳ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରନ୍‌ ଫିଞ୍ଚ୍‌ ଓ ଉସ୍‌ମାନ ଖୱାଜାଙ୍କ ଦମ୍‌ଦାର ପାର୍ଟନରସିପ୍‌ ଦଳକୁ ଏତେ ବଡ଼ ସ୍କୋର କରିବାରେ ସକ୍ଷମ କରିଛି। ଉସ୍‌ମାନ ଖୱାଜା ସର୍ବାଧିକ ୧୦୪(୧୧୩) ରନ୍‌ କରିଥିବା ବେଳେ ଆରନ୍‌ ଫିଞ୍ଚ୍‌ ୯୩(୯୯) ରନ୍‌ ସଂଗ୍ରହ କରିଛନ୍ତି। ଟିମ୍‌ ଇଣ୍ଡିଆର ବୋଲ କୁଳଦୀପ ଯାଦବଙ୍କ ୩ଟି ୱିକେଟ କଙ୍ଗାରୁ ଦଳକୁ ଘାଇଲା କରିଥିଲା।

ଭାରତୀୟ ଦଳ ପକ୍ଷରୁ ବିରାଟ କୋହଲିଙ୍କ ଜବରଦସ୍ତ ଶତକ ଶୁଦ୍ଧା ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ହାରିଛି। ବିରାଟ କୋହଲି ଏହି ମ୍ୟାଚ୍‌ରେ ୧୨୩(୯୫)ରନ୍‌ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ଦଳ ଆଜିର କର ବା ମର ମ୍ୟାଚ୍‌ରେ ପାସ୍‌ କରିଛି। ତଥାପି ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଛି।

Comment