ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଞ୍ଚିଠାରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଆଗରେ ରହିଛି ୩୧୪ ରନ୍‌ର ବିଜୟଲକ୍ଷ୍ୟ। ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିଥିବା ବେଳେ ଭ୍ରମଣକାରୀ କଙ୍ଗାରୁ ଦଳ ପକ୍ଷରୁ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୧୩ ରନ୍‌ ସଂଗହ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରନ୍‌ ଫିଞ୍ଚ୍‌ ଓ ଉସ୍‌ମାନ ଖୱାଜାଙ୍କ ଦମ୍‌ଦାର ପାର୍ଟନରସିପ୍‌ ଦଳକୁ ଏତେ ବଡ଼ ସ୍କୋର କରିବାରେ ସକ୍ଷମ କରିଛି। ଉସ୍‌ମାନ ଖୱାଜା ସର୍ବାଧିକ ୧୦୪(୧୧୩) ରନ୍‌ କରିଥିବା ବେଳେ ଆରନ୍‌ ଫିଞ୍ଚ୍‌ ୯୩(୯୯) ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟ ପକ୍ଷରେ ଟିମ୍‌ ଇଣ୍ଡିଆର ବୋଲ କୁଳଦୀପ ଯାଦବଙ୍କ ବୋଲିଂ ଆଗରେ ଘାଇଲା ହୋଇଥିଲା କଙ୍ଗାରୁ ଦଳ। ମ୍ୟାଚ୍‌ରେ କୁଳଦୀପ ଯାଦବ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସାମ୍ନାରେ ୩୧୪ ରନ୍‌ର ବିଜୟଲକ୍ଷ୍ୟ ରହିଛି। ଏହି ମ୍ୟାଚ୍‌ରେ ଜିତିଲେ ଟିମ୍‌ ଇଣ୍ଡିଆ ୩-୦ରେ ମ୍ୟାଚ୍‌ ସହ ସିରିଜ୍‌ ହାତେଇବ।

Comment