ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଡନୀ ପ୍ରଥମ ଦିନିକିଆରେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ଠାରୁ ୩୪ ରନ୍‌ରେ ପରାସ୍ତ ହେଲା ଭାରତ।

ସିଡନୀ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୫ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିଥିଲା କଙ୍ଗାରୁ ଦଳ। ଜବାବରେ ଭାରତୀୟ ଦଳ ୨୮୯ ରନ୍‌ର ଟାର୍ଗେଟକୁ ପିଛା କରି ୯ ୱିକେଟ ହରାଇ ୨୫୪ ରନ୍‌ କରିଥିଲା। ଏଥିସହ କଙ୍ଗାରୁ ଦଳଠାରୁ ୩୪ ରନ୍‌ରେ ପରାସ୍ତ ହେଲା ଟିମ୍‌ ଇଣ୍ଡିଆ।

ଭାରତୀୟ ଦଳରେ ରୋହିତ ଶର୍ମା ସର୍ବାଧିକ ୧୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଏମଏସ୍‌ ଧୋନି ୫୧ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଦଳର ବୋଲର ରିଜାର୍ଡସନ୍‌ ସର୍ବାଧିକ ୪ଟି ଅକ୍ତିଆର କରି ଟମ୍‌ ଇଣ୍ଡିଆକୁ ଧରାଶୟୀ କରିଛନ୍ତି।

Comment