ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମାଷ୍ଟରମାଇଣ୍ଡ ତଥା ହିରା ବ୍ୟବସାୟୀ ନିରବ ମୋଦିଙ୍କ ମୁମ୍ବାଇସ୍ଥିତ ଏକ ବିଶାଳକାୟ ଅଟ୍ଟାଳିକା ଧ୍ୱଂସ ପାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ର ସରକାର ଶୁକ୍ରବାର ପଳାତକ ନିରବ ମୋଦିଙ୍କ ବିଳାସପୂର୍ଣ୍ଣ ପ୍ରାସାଦକୁ ବିସ୍ଫୋରଣ କରି ଧ୍ୱଂସ କରିଛନ୍ତି।

ମୁମ୍ବାଇର ଅଲ୍ଲୀବାଗ ଅଞ୍ଚଳର ସମୁଦ୍ର କୂଳରେ ୩୩ ହଜାର ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଥିଲା ଏଡି ପ୍ରାସାଦ। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାକୁ ଭାଙ୍ଗିବାରେ ମହାରାଷ୍ଟ୍ର ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ଏହି ଭବ୍ୟ ବିଳାସପୂର୍ଣ୍ଣ ପ୍ରାସାଦ ଏଭଳି ଭାବେ ନିର୍ମାଣ କରାଯାଇଥିଲା ଯେ, ମହାରାଷ୍ଟ୍ରର ରାଏଗଡ଼ ଜିଲ୍ଲା ପ୍ରଶାସନ ଏକାଧିକ ଏସ୍କାଭେଟର ଓ ବୁଲଡୋଜର ବ୍ୟବହାର କରି ମଧ୍ୟ ଭାଙ୍ଗିପାରି ନଥଇଲେ। ଶେଷରେ ବିଶେଷଜ୍ଞ ଦଳକୁ ଡକାଇ ରାଏଗଡ଼ ଜିଲ୍ଲା ପ୍ରଶାସନ ଡିଟୋନେଟର ଓ ଡିନାମାଇଟ୍‌ ଖଞ୍ଜି ଏହାକୁ ଧ୍ୱଂସ କରିବା ସହ ମାଟିରେ ମିଶାଇ ଦେଇଛି।

Comment