ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇର ମାଷ୍ଟରମାଇଣ୍ଡ ପଳାତକ ନୀରବ ମୋଦିଙ୍କୁ ପୁଣି ଏକ ବଡ଼ ଝଟକା। ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ୪ଟି ସ୍ୱିସ୍‌ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯାଇଛି। ଯେଉଁଥିରେ ପାଖାପାଖି ୨୮୩ କୋଟି ଟଙ୍କା ରହିଥିବା ସୂଚନା ମିଳିଛି। ଏନେଇ ଏନ୍‌ଫୋର୍ସମେଣ୍ଟ ଡାଇରକ୍ଟରେଟ୍‌ ପକ୍ଷରୁ ପ୍ରେସ୍‌ ମିଟ୍‌ କରି ସୂଚନା ଦିଆଯାଇଛି।

ସୂଚନା ମୂତାବିକ, ଭାରତର ଅନୁରୋଧ କ୍ରମେ ବ୍ୟାଙ୍କ ପକ୍ଷରୁ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ୪ଟି ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ସିଜ୍‌ କରାଯାଇଛି।

ପିଏନ୍‌ବି(ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ  ନୀରବ ମୋଦିଙ୍କୁ ଗତ ମାର୍ଚ୍ଚ ୨୦ ଲଣ୍ଡନରେ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଲଣ୍ଡନରେ ବେଶ ବଦଳାଇ ବୁଲୁଥିବା ନଜର ଆସିଥିଲେ ନୀରବ। ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ବ୍ରିଟେନ୍‌ ଜେଲ୍‌ରେ ବନ୍ଦୀ ଅଛନ୍ତି।

Comment