ଓଡ଼ିଶାଲାଇଭ୍‌ ବ୍ୟୁରୋnirav modi

ଭାରତ ଫେରିବେ ପଳତାକ ହୀରା ବ୍ୟବସାୟୀ ନିରବ ମୋଦୀ। ଗୁରୁବାର ନିରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ଏକ ମାମଲାର ଶୁଣାଣି କରି ଲଣ୍ଡନର ଓ୍ୱେଷ୍ଟମିନଷ୍ଟର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିରବଙ୍କୁ ଜେଲରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କହିଛନ୍ତି କୋର୍ଟ। ତେବେ ନିରବ ଭାରତ ଫେରିଲେ ତାଙ୍କୁ ମୁମ୍ବାଇ ଆର୍ଥର ଜେଲରେ ରଖାଯାଇପାରେ।

ହୀରା ବ୍ୟବସାୟୀ ନିରବ ମୋଦୀ ୨୦୧୮ରେ ଭାରତର ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଘୋଟାଲା କରି ଫେରାର ହୋଇଯାଇଥିଲେ। ପରେ ସେ ଲଣ୍ଡନରେ ରହୁଥିବା ଜଣାପଡ଼ିଥିଲା। ନିରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ସିବିଆଇ ଓ ଇଡି ପକ୍ଷରୁ ଲଣ୍ଡନର ଓ୍ୱେଷ୍ଟମିନଷ୍ଟର କୋର୍ଟରେ ଆବେଦନ କରାଯାଇଥିଲା।

ଏବେ ନିରବ ମୋଦୀ ଲଣ୍ଡନ ଏକ ଜେଲରେ ଅଛନ୍ତି। ୨୦୧୯, ମାର୍ଚ୍ଚ ୯ରେ ଲଣ୍ଡନରେ ସେ ବେଶ ବଦଳାଇ ବୁଲୁଥିବା ଖବର ଆସିଥିଲା। ଏହାପରେ ମାର୍ଚ୍ଚ ୧୩ ତାରିଖରେ ସ୍କଟଲାଣ୍ଡ ୟାର୍ଡ ପୋଲିସ ତାଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here