ଓଡ଼ିଶାଲାଇଭ୍ ବ୍ୟୁରୋ

କମିସନରେଟ ପୋଲିସ ପକ୍ଷରୁ ରବିବାର ଦିନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତିରେ ପଟିଆଠାରେ ଥିବା ଏହି ବ୍ୟାଙ୍କର ଏଟିଏମ୍‌ରୁ ୨୭ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପଟିଆ ବିଗ୍ ବଜାର ଓ  ଷ୍ଟେସନ ରୋଡ୍ ଭିତରେ ଥିବା ପେଟ୍ରୋଲ ପମ୍ପ୍ ପଛର ଏକ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ଗ୍ୟାସ୍   କଟର ସାହାଯ୍ୟରେ ଏଟିଏମ୍ ତାଡ଼ି ୨୭ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ।

ବ୍ୟାଙ୍କର ଜନୈକ ଅଧିକାରୀ ଯିଏ ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ ସେ ସ୍ୱୀକାର କରିଛନ୍ତି ଯେ ଏହି ଏଟିଏମ୍‌ରେ କୌଣସି ସୁରକ୍ଷା କର୍ମୀ ନଥିଲେ।ସିସିଟିଭି ଫୁଟେଜକୁ ଆଧାର କରି ସିଟି ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଚଳାଇଛନ୍ତି।

Comment