ଓଡ଼ିଶାଲାଇଭ ବ୍ୟୁରୋ

ବର୍ତ୍ତମାନ ସମୟରେ ଏଟିଏମ୍ କାର୍ଡ ଠକେଇ ବହୁତ ପରିମାଣରେ ଦେଖିବାକୁ ମିଳୁଛି। ଯେଉଁଥିରୁ ଆପଣମାନେ ସୁରକ୍ଷିତ ରହିବା ନିହାତି ଆବଶ୍ୟକ। ସାମାନ୍ୟ କିଛି ସାବଧାନତା ଆପଣାଇଲେ ଆପଣ ଏହି ଏଟିଏମ୍ ଠକେଇରୁ ମୁକ୍ତି ପାଇପାରିବେ।

ଆସନ୍ତୁ ନଜର ପକାଇବା କିଛି ସାବଧାନତା ଉପରେ ଯାହା ଆପଣଙ୍କୁ ଏଟିଏମ୍ ଠକେଇରୁ ସୁରକ୍ଷିତ କରିପାରିବ

  • ଏଟିଏମ ପିନ୍ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
  •  ଏଟିଏମ ବୁଥ ନିକଟରର ଅଜଣା ବ୍ୟକ୍ତିଙ୍କର ଚଳପ୍ରଚଳକୁ ଲକ୍ଷ୍ୟ ରଖନ୍ତୁ ଓ ପିନ୍ ନମ୍ବର କୁ ଲୁଚାଇ ମାରନ୍ତୁ।
  • ଆଖପାଖରର ସ୍କିମର ଲାଗିଛି କି ନାହିଁ ଭଲ ଭାବରର ଲକ୍ଷ୍ୟ ରଖନ୍ତୁ।
  •  ଏଟିଏମ କାର୍ଡରର ଟଙ୍କା ପଇଠ ତଥା ଜିନିଷ କିଣିବା ସମୟରର କାର୍ଡ ସ୍ଵାପିଙ୍ଗ ନିଜେ ବ୍ୟବହାର କରନ୍ତୁ।
  • ଏଟିଏମ କାର୍ଡ ତଥା ଏଟିଏମ ପିନ୍ ନମ୍ବର ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ।
  •  ଏଟିଏମ କାଉଣ୍ଟରରୁ ଟଙ୍କା ବାହାର କରିବା ସମୟରର ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ନାହିଁ।
  •  ନିଜର ଜନ୍ମ ତାରିଖ, ଘରର ଠିକଣା ତଥା ମୋବାଇଲ ନମ୍ବରକୁ ଏଟିଏମ ପିନ୍ ଭାବେ ବ୍ୟବହାର କରନ୍ତୁ ନାହିଁ।
  • ଏଟିଏମ ଚୋରି ହୋଇଗଲେ ବା ହଜିଗଲେ ତୁରନ୍ତ କାର୍ଡ ବ୍ଲକ କରନ୍ତୁ ଓ ବ୍ୟାଙ୍କକୁ ଜଣାନ୍ତୁ।

ପାସଓ୍ୱାର୍ଡ ସୁରକ୍ଷା

  • ଭିନ୍ନ ଭିନ୍ନ ପ୍ରକାର ଆକାଉଣ୍ଟ ପାଇଁ ଭିନ୍ନ ପାସଓ୍ୱାର୍ଡ ରଖନ୍ତୁ। ଆକାଉଣ୍ଟ ଦୁଇ ସ୍ତରୀୟ ଭେରିଫିକେସନ ଦିଅନ୍ତୁ।
  • ୧୦ ଅକ୍ଷର ବିଶିଷ୍ଟ ପାସଓ୍ୱାର୍ଡ ରଖନ୍ତୁ। ପାସଓ୍ୱାର୍ଡ କମ୍ପ୍ୟୁଟର, ନୋଟବୁକ କିମ୍ବା ପର୍ସରେ ଲେଖି ରଖନ୍ତୁ ନାହିଁ।ଅନ୍ୟର ମୋବାଇଲ, କମ୍ପ୍ୟୁଟର ତଥା ଲ୍ୟାପଟପରେ କୌଣସି ପ୍ରକାରର ଅନଲାଇନ ବ୍ୟାଙ୍କ କାରବାର ତଥା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲନ୍ତୁ ନାହିଁ।
  • ଯଦିବି କରୁଛନ୍ତି ଲଗ୍ ଆଉଟ କରନ୍ତୁ ଓ  ରିମେମ୍ବର ପାସଓ୍ୱାର୍ଡ ଅପସନକୁ ଆଦୌ ଗ୍ରହଣ କରନ୍ତୁ ନାହିଁ।
  • ସାଙ୍ଗଙ୍କ ନାମ, ଚଳଚିତ୍ରର ନାମ, ଗାଡି ନମ୍ବର ଭଳି ଶବ୍ଦ ଗୁଡିକୁ ପାସୱର୍ଡ ଭାବେ ବୟବହାର କରନ୍ତୁ ନାହିଁ।

Comment