ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣିକି ଏଟିଏମରେ ରହିବ ସାନିଟାଇଜର। ଗ୍ରାହକମାନେ ଏଟିଏମ୍ ବ୍ୟବହାର କରିସାରିବା ପରେ ହାତରେ ସାନିଟାଇଜର ଲଗାଇବେ। ରାଜ୍ୟ ସରକାର ମଙ୍ଗଳବାର ବ୍ୟାଙ୍କମାନଙ୍କ ପାଇଁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛନ୍ତି।

କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ବିଭିନ୍ନ ପ୍ରକାର ଗାଇଡଲାଇନ୍ ଜାରି କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ସରକାର ବ୍ୟାଙ୍କମାନଙ୍କ ପାଇଁ ମଧ୍ୟ କିଛି ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ଏଟିଏମମାନଙ୍କରେ ସାନିଟାଇଜର ରଖିବା ଗାଇଡଲାଇନକୁ ରଖାଯାଇଛି।ଏଥିସହିତ ଏଟିଏମ୍ ଭିତରକୁ ଜଣ ଜଣକରି ଗ୍ରାହକମାନଙ୍କୁ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି ଅଧିକ ଆବଶ୍ୟକ ହେଉନାହିଁ ତେବେ ଅନଲାଇନ୍ ସାହାଯ୍ୟରେ ଟଙ୍କା କାରବାର କରିବାକୁ ରାଜ୍ୟ ସରକାର ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

Comment