ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ କଏନ ଓ ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ରାଜ୍ୟର ୩୧୪ଟି ବ୍ଲକରେ ଏହି ବଦଳି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି।

ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବଜାରରେ ୫୦ ପଇଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଚାଲିଛି। ସଚେତନା ଅଭାବରୁ ଏହି ଖୁଚୁା ପାଇସା ନେଣଦେଣ କରିବାକୁ ସାଧାରଣ ଲୋକ କୁଣ୍ଠାବୋଧ କରୁଛନ୍ତି। କଏନ ବଦଳି କରିବା ସହଜ ହେବ। ଏହା ସହ ଚିରାଫଟା ନୋଟ୍ ବିଦଳି କରାଯାଇପାରିବ। କଏନକୁ ନେଇ ଗୁଜବକୁ ବିଶ୍ଵାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

“ରାଜ୍ୟର ୩୧୪ଟି ବ୍ଲକରେ ବିଭିନ୍ନ ବ୍ୟାଙ୍କ ଜରିଆରେ ଆସନ୍ତା ଡିସେମ୍ବର ମାସରୁ ବଦଳି କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସବୁ ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯିବ। ଯଦି କୌଣସି ବ୍ୟାଙ୍କ କଏନ ନେବା ପାଇଁ ମନା କରିବେ, ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ସାରଦା ପ୍ରସନ୍ନ ମହାନ୍ତି।

Tags: #Odisha #CoinExchangeProgram #Bank #Block #RBI

Comment