ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଡିଜିଟାଲ ଯୁଗରେ ପଇସା ଉଠାଇବା ପାଇଁ ଅଧିକାଂଶ ଲୋକ ଏଟିଏମ୍ ବ୍ୟବହାର କରୁଛନ୍ତି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁ ଦେଶରେ ଗୋଟିଏ ହେଲେ ବି ଏଟିଏମ୍ ନାହିଁ। କାରଣ ଏଠାକାର ଲୋକେ ସିଧାସଳଖ ବ୍ୟାଙ୍କରୁ ହିଁ ଟଙ୍କା ଉଠାଇଥାନ୍ତି।

ଆଜ୍ଞା ହଁ, କଥା ଟି ଅଜବ ଲାଗୁଥିଲେ ମଧ୍ୟ ସତ। ଆଫ୍ରିକା ମହାଦେଶର ଇରିଟ୍ରିଆ ନାମକ ଏକ ଦେଶ ଅଛି ଯେଉଁଠି ଗୋଟିଏ ବି ଏଟିଏମ ଦେଖିବାକୁ ମିଳେନାହିଁ।ଏହି ଦେଶରେ ଲୋକମାନେ ଟଙ୍କା ଉଠାଇବା ପାଇଁ ଏଟିଏମ୍‌ରେ ନୁହେଁ, ବ୍ୟାଙ୍କରେ ଲମ୍ବା ଲାଇନରେ ଠିଆ ହୋଇଥା’ନ୍ତି। ଏପରିକି ଏହି ଦେଶରେ ଜଣେ ଲୋକ ମାସକୁ କେବଳ ୨୩ ହଜାର ୫୦୦ ଟଙ୍କା ହିଁ ଉଠାଇପାରିବ। ଜଣେ ଲୋକ ଏହାଠୁ ଅଧିକ ଟଙ୍କା ଗୋଟିଏ ମାସରେ ଉଠାଇ ପାରିବ ନାହିଁ।

କେବଳ ବାହାଘର ଭଳି ବଡ଼ ବଡ଼ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଜଣେ ଲୋକ ଧାର୍ଯ୍ୟ ସୀମାଠାରୁ ଅଧିକ ଟଙ୍କା ଉଠାଇପାରିବେ।

Comment