ଓଡ଼ିଶାଲାଇଭ ବ୍ୟୁରୋ

  • ୧୦ ବ୍ୟାଙ୍କକୁ ମିଶାଇ କରାଗଲା ୬ ବ୍ୟାଙ୍କ
  • ଦେଶରେ ରହିବ ୧୨ ସରକାରୀ ବ୍ୟାଙ୍କ
  • ଏସବିଆଇ ପରେ ପିଏନବି ଦ୍ଵିତୀୟ ବଡ଼ ବ୍ୟାଙ୍କ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସରକାରୀ ବ୍ୟାଙ୍କକୁ ନେଇ ବଡ଼ ଘୋଷଣା କରିଛନ୍ତି। ୧୦ଟି ବ୍ୟାଙ୍କକୁ ମିଶାଇ ୬ଟି ବ୍ୟାଙ୍କ କରାଯିବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ୧୮ ସରକାରୀ ବ୍ୟାଙ୍କ ବଦଳରେ ଦେଶରେ ୧୨ଟି ସରକାରୀ ବ୍ୟାଙ୍କ ହୋଇଯିବ। ଏହାସହ ଏସବିଆଇ ପରେ ପିଏନବି ଦେଶର ଦ୍ଵିତୀୟ ବଡ଼ ସରକାରୀ ବ୍ୟାଙ୍କ ହେବ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଓରିୟନଣ୍ଟେଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କକୁ ମିଶାଯିବ। ଏହାପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦେଶର ଦ୍ଵିତୀୟ ବଡ଼ ବ୍ୟାଙ୍କ ହୋଇଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ସେହିପରି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମିଶି ଗୋଟିଏ ବ୍ୟାଙ୍କ ହେବ। ଏହାସହ ଏହି ବ୍ୟାଙ୍କ ଦେଶର ପଞ୍ଚମ ବଡ଼ ବ୍ୟାଙ୍କ ହୋଇଯିବ। ଅନ୍ୟପକ୍ଷରେ ଇଣ୍ଡିଆନ୍‌ ବ୍ୟାଙ୍କ ଓ ଅଲ୍ଲାହାବାଦ ବ୍ୟାଙ୍କ  ମିଶି ଦେଶର ସପ୍ତମ ବଡ଼ ବ୍ୟାଙ୍କ ହେବେ।

ଦେଶରେ ୧୨ ସରକାରୀ ବ୍ୟାଙ୍କ

ଦେଶରେ ଏବେ ୧୨ ସରକାରୀ ବ୍ୟାଙ୍କ ହୋଇଯିବ। ଏହାପୂର୍ବରୁ ୨୦୧୭ରେ ଦେଶରେ ୨୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ରହିଥିଲା। ଗତ ଦୁଇ ବର୍ଷ ହେବ ଏହାର ସଂଖ୍ୟା ୨୭ରୁ କମି ୧୨ରେ ପହଞ୍ଚିଛି। ୧୨ଟି ବ୍ୟାଙ୍କ ହେଲା –

୧-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ + ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ + ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

୨-କାନାରା ବ୍ୟାଙ୍କ + ସିଣ୍ଡିକେଟ୍‌ ବ୍ୟାଙ୍କ

୩-ୟୁନିୟନ ବ୍ୟାଙ୍କ + ଆନ୍ଧ୍ରା ବ୍ୟାଙ୍କ + କର୍ପୋରେସନ ବ୍ୟାଙ୍କ

୪-ଇଣ୍ଡିଆନ ବ୍ୟାଙ୍କ + ଆଲ୍‌ହାବାଦ ବ୍ୟାଙ୍କ

୫- ବ୍ୟାଙ୍କ ଅଫ ଇଣ୍ଡିଆ

୬- ବ୍ୟାଙ୍କ ଅଫ ବରୋଦା

୭- ବ୍ୟାଙ୍କ ଅଫ ମହାରାଷ୍ଟ୍ର

୮-ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ

୯- ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ

୧୦- ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ

୧୧- ଭାରତୀୟ ଷ୍ଟେଟ ବ୍ୟାଙ୍କ

୧୨-ୟୁକୋ ବ୍ୟାଙ୍କ

Comment