ଓଡ଼ିଶାଲାଇଭ୍ ବ୍ୟୁରୋ

ଏସବିଆଇ ‘ୱିକେୟାର ଡିପୋଜିଟ ସ୍କିମ’ରେ ଟଙ୍କା ରଖିଲେ ମିଳିବ ଅଧିକ ସୁଧହାର

ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରାଯାଉଛି, ଯାହାର ନାଁ ରହିଛି ଏସବିଆଇ ‘ୱିକେୟାର ଡିପୋଜିଟ ସ୍କିମ’। ଏହି ସ୍କିମ ଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ।

ଏହି ସ୍କିମରେ ବରିଷ୍ଠନାଗରିକମାନେ ଟଙ୍କା ରଖିଲେ ବା ଫିକ୍ସ ଡିପୋଜିଟ କଲେ ଅଧିକ ସୁଧ ପାଇପାରିବେ। ପୂର୍ବରୁ ଏହି ଯୋଜନାରେ ସାଧାରଣ ସ୍କିମ ତୁଳନାରେ ୦.୫୦% ଅଧିକ ସୁଧ ମିଳୁଥିବାବେଳେ ଏବେ ଏହାକୁ ୧% ଅଧିକ କରାଯାଇଛି।୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଏହି ଯୋଜନାର ଲାଭ ଉଠାଇପାରିବେ। ଏସବିଆଇ ପକ୍ଷରୁ ୨୦୨୦ରେ ଆରମ୍ଭ ହୋଇଥିଲା ଏହି ଯୋଜନା। ଏଥିରେ ଆବେଦନ କରିବାର ଅବଧି ୨୦୨୩ ସେପ୍ଟେମ୍ବର ୩୦ଯାଏଁ ରଖାଯାଇଥିଲା। ଯାହାକି ଚଳିତ ମାସରେ ଶେଷ ହେବାକୁ ଯାଉଛି।

ଏସବିଆଇ ୱିକେୟାର ଡିପୋଜିଟ ସ୍କିମ କୌଣସି ଟିକସ ସୁବିଧା ପ୍ରଦାନ କରେ ନାହିଁ। ଏହା ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ ଟିକସ ରିହାତି ପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି।

Tags: #SBI #SBIWeCareDepositScheme #SeniorCitizen #FDScheme

LEAVE A REPLY

Please enter your comment!
Please enter your name here