ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗ୍ରୁପର ବିଭିନ୍ନ ଗତିବିଧି ଉପରେ ସରକାରୀ ସଂସ୍ଥା ନଜର ରଖିଛନ୍ତି। ଖାସକରି ଗ୍ରୁପକୁ ମିଳିଥିବା ଋଣ ସମ୍ବନ୍ଧରେ ସମସ୍ତଙ୍କର ନଜର ରହିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଆଦାନୀ ଗ୍ରୁପକୁ ୨.୬ ବିଲିୟନ ଡଲାର ବା ପ୍ରାୟ ୨୧ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବାର ତଥ୍ୟ ସାମନାକୁ ଆସିଛି।

ଆଦାନୀ ଗ୍ରୁପକୁ ଷ୍ଟେଟ ବ୍ୟାଙ୍କ ତରଫରୁ ମିଳିଥିବା ଋଣରୁ ପ୍ରାୟ ୨୦୦ ନିୟୁତ ଡଲାର ବ୍ୟାଙ୍କର ବିଦେଶରେ ଥିବା ଶାଖାରୁ ପ୍ରାପ୍ତ ହୋଇଛି। ଏହି ଋଣ ନିୟମାନୁସାରେ ଗ୍ରୁପକୁ ଅନୁମୋଦିତ ହୋଇଥିବା ପରିମାଣର ପ୍ରାୟ ଅଧା ଅଟେ।

“ଆଦାନୀ ଗ୍ରୁପର କମ୍ପାନିଗୁଡ଼ିକ ନେଇଥିବା ଋଣ ଉପରେ ସୁଧ ଦେଉଛନ୍ତି। ଏ ପର୍ଯ୍ୟନ୍ତ ବ୍ୟାଙ୍କ ଦେଇଥିବା ଋଣ ଅର୍ଥ ପାଇଁ ଆମକୁ କୌଣସି ସମସ୍ୟା ଦେଖିବାକୁ ମିଳିନାହିଁ। ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତା ଆମେ ଜାଣି ନାହୁଁ କିନ୍ତୁ ଏହାକୁ ଆମେ ନିରୀକ୍ଷଣ କରୁଛୁ”, କହିଛନ୍ତି ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ କୁମାର ଖାରା।

ଆଦନୀ ଗ୍ରୁପ୍ ବିରୋଧରେ ଅଭିଯୋଗ ହେବାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରୁପକୁ ମିଳିଥିବା ଋଣ ସମ୍ବନ୍ଧରେ ତଥ୍ୟ ଦେବାକୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଋଣଗୁଡ଼ିକ ବ୍ୟାଙ୍କର ମୋଟ ଋଣର କେତେ ଭାଗ ତାହା ଦର୍ଶାଇବାକୁ କହିଥିଲେ। ଆଦନୀ ଗ୍ରୁପକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛଡ଼ା ପଞ୍ଜାବ ନାସନାଲ ବ୍ୟାଙ୍କ ତରଫରୁ ୭୦୦୦ କୋଟି ଟଙ୍କା ଋଣ ମିଳିଛି।

Tags: #AdaniGroup #Stockcrash #HindenburgReport #RBI #SBI #Mumbai #India

LEAVE A REPLY

Please enter your comment!
Please enter your name here