ଓଡ଼ିଶାଲାଇଭ୍ ବ୍ୟୁରୋ

ପିଏନ୍‌ବି ମହାଠକେଇର ମାଷ୍ଟରମାଇଣ୍ଡ ଥିଲା  ନୀରବ ମୋଦି। ଜାଣନ୍ତୁ କେମିତି ରଚିଥିଲା ଷଡ଼ଯନ୍ତ୍ର |

ପିଏନ୍‌ବି(ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନରେ ଗିରଫ କରାଯାଇଛି। ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପରେ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହାଜର ହୋଇଛନ୍ତି ନୀରବ। ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

ପିଏନ୍‌ବି ଘୋଟାଲା

ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କ ଠକେଇ କାରବାରରେ ସମର୍ଥନ କରୁଥିବା ଜଣାପଡ଼ିଥିଲା।

ଲେଟର ଅଫ ଅଣ୍ଡରଟେକିଙ୍ଗ(ଏଲଓୟୁ)କୁ ଭିତ୍ତି କରି ନିରବ ମୋଦି ଏହି ଠକେଇ କରିବାରେ ସଫଳ ହୋଇଥିଲେ। ଏଲଓୟୁ ହେଉଛି ଏକ ପ୍ରକାର ଗ୍ୟାରେଣ୍ଟି ଯାହାକୁ ଆଧାର କରି ଅନ୍ୟ ବ୍ୟାଙ୍କ ଋଣ ଦେଇପାରିବ। ଯଦି ଋଣ ଗ୍ରହୀତା ପରିଶୋଧରେ ଖିଲାପ କରୁଛନ୍ତି ଏଲଓୟୁ ଜାରି କରିଥିବା ବ୍ୟାଙ୍କ ହିଁ ଏଥିପାଇଁ ଦାୟୀ ରହିବେ ଓ ଯେଉଁ ବ୍ୟାଙ୍କ ଋଣ ଦେଇଛନ୍ତି ସେଇ ବ୍ୟାଙ୍କ ଋଣ ଟଙ୍କା ଫେରି ପାଇବାକୁ ବାଧ୍ୟ।

ମାତ୍ର ଏହି ଠକେଇ କାରବାର ୨୦୧୮ରେ ଲୋକଲୋଚନକୁ ଆସିଥିଲା। ଏହାପରେ ସିବିଆଇ ଓ ଇଡି ତାଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଥିଲା। ନିରବ ମୋଦି ଅର୍ଥ ଠକେଇ କରି ଭାରତରୁ ଫେରାର ହୋଇଯାଇଥିଲେ।

Nirav Modi Mehul Choksi

୧୩ ମାସ ଧରି ନୀରବକୁ ଠାବ କରିବା ପାଇଁ ଚାଲିଥିଲା ପ୍ରୟାସ

ଭାରତରୁ ଅର୍ଥ ଠକେଇ କରି ଫେରାର ହୋଇ ଲଣ୍ଡନରେ ରହୁଥିଲା ଥିଲା ନିରବ। ଲଣ୍ଡନରୁ ଭାରତକୁ ତାଙ୍କ ଆଣିବାକୁ ଚେଷ୍ଟା ହୋଇଥିଲା। ଏନେଇ ୟୁକେ ସରକାରଙ୍କ ଭାରତ ସରକାର ଚିଠି ଲେଖିଥିଲେ। ୧୩ ମାସ ଧରି ନୀରବକୁ ଠାବ କରିବା ପାଇଁ ଚାଲିଥିଲା ପ୍ରୟାସ ଚାଲିଥିଲା। ୨୦୧୮ରେ ନୀରବଙ୍କୁ ରେଡକର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା। ନିକଟରେ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ।

ଲଣ୍ଡନରେ ବେଶ ବଦଳାଇ ବୁଲୁଥଲା ନୀରବ

କିଛି ଦିନ ପୂର୍ବେ ଲଣ୍ଡନରେ ବେଶ ବଦଳାଇ ବୁଲୁଥିଲାବେଳେ ନଜର ଆସିଥିଲା ନୀରବ। ସେଠାରେ ସେ ନୂଆ ବ୍ୟବସାୟ ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଥିଲା ଜଣେ ଖବରକାଗଜ ସାମ୍ବାଦିକ ଲଣ୍ଡନରେ ତାଙ୍କର ଫଟୋ ଉତ୍ତୋଳନ କରିଥିଲେ। ତାଙ୍କଠାରୁ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟାକରିଥିଲେ। ମାତ୍ର ସେ ‘ନୋ କମେଣ୍ଟ’ କହି ଚାଲି ଯାଇଥିଲେ।

କିଏ ନୀରବ ମୋଦି?

ନୀରବ ମୋଦି ହେଉଛନ୍ତି ଜଣେ ସେଲିବ୍ରିଟି ହୀରା ଡିଜାଇନର୍‌ ଏବଂ ହୀରା ବ୍ୟବସାୟୀ। ତାଙ୍କ ପୂରା ନାମ ହେଲେ ନୀରବ ଦୀପକ ମୋଦି। ୧୯୭୧ ମସିହାରେ ସେ ଜାମନଗରରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ହୀରା ରାଜଧାନୀ କୁହାଯାଉଥିବା ବେଲଜିୟମ୍‌ର ଅନ୍ତରୀପଠାରେ ସେ ବଢ଼ିଥିଲେ। ୟୁରୋପର ବିଭିନ୍ନ ମ୍ୟୁଜିୟମ ପରିଦର୍ଶନ କରିବା ପରେ ପିଲାଟି ଦିନରୁ ତାଙ୍କର କଳା ଏବଂ ଡିଜାଇନ୍‌ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା ପରବର୍ତ୍ତୀ ସମୟରେ ସେ ଜଣେ ହୀରା ବ୍ୟବସାୟୀ ହୋଇପାରିଥିଲେ।

Comment