ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ : ନିର୍ଗୁଣ୍ଡି ଟୋଲ୍ ଗେଟ ନିକଟରୁ ଗଞ୍ଜେଇ ବୋଝେଇ କାର୍‌କୁ ଜବତ କରିଛନ୍ତି ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଗୁଇନ୍ଦା ବିଭାଗର କର୍ମଚାରୀମାନେ। ଏହି ଗଞ୍ଜେଇ ବୋଝେଇ କାର୍‌ଟି ଫୁଲବାଣୀରୁ କୋଲକତାକୁ ଯାଉଥିଲା।

ଏଥିରେ ୧ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ରହିଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ବଙ୍ଗୀୟ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଜଣକ ହେଲେ ପଶ୍ଚିମବଙ୍ଗ ମେଦିନାପୁରର ସଂଜୀବ କୁମାର ଦାସ(୨୪) ।

ସେ ନିୟମିତ ଭାବେ ଫୁଲବାଣୀରୁ ଗଞ୍ଜେଇ ସଂଗ୍ରହ କରି କୋଲକତାକୁ ଚାଲାଣ କରୁଥିବା ଗୁଇନ୍ଦା ବିଭାଗ ଖବର ଦେଇଥିଲା। ଅବକାରୀ ଉପାୟୁକ୍ତ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ଜଗଦୀଶ ସାମଲ, ଗାଲୁରାମ ସୋରେନ, ଧନଞ୍ଜୟ ପାତ୍ରଙ୍କ ସହିତ ମମତା ଦାସ, କିଶୋର ରାଉତ, ଏଏସଆଇ ଦେବେନ୍ଦ୍ର ପ୍ରହରାଜ, ପ୍ରଦୀପ ବେହେରା ପ୍ରମୁଖ ଚଢଉ ରେ ସାମିଲ ହୋଇଥିଲେ।

ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Comment