ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ମହାଲି ଦିନିକିଆରେ ଟିମ୍‌ ଇଣ୍ଡିଆର ବଡ଼ ସ୍କୋର। ଶିଖର ଧୱନ ଓ ରୋହିତ ଶର୍ମାଙ୍କ ଜବରଦସ୍ତ ପାର୍ଟନରସିପ୍‌ କଙ୍ଗାରୁ ଦଳ ସାମ୍ନାରେ ୩୬୦ ରନ୍‌ର ବିଜୟଲକ୍ଷ୍ୟ ରଖିଛି। ଶିଖର ଧୱନ ଓ ରୋହିତ ଶର୍ମା ପାର୍ଟନରସିପ୍‌ରେ ମୋଟ ୨୩୮ରନ୍‌ ସଂଗ୍ରହ କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲା। ଦଳର ପକ୍ଷରୁ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ରୋହିତ ୯୫(୯୨) ରନ୍‌ ସଂଗ୍ରହ କରିଥିବା ବେଳେ ଧୱନ ୧୪୩(୧୧୫) ରନ୍‌ କରିଛନ୍ତି।  ସେହିପରି ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ରିଶଭ୍‌ ପନ୍ଥ ୩୪(୨୪) ରନ୍‌ ସଂଗ୍ରହ କରିଛନ୍ତି। ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରର ୯ ୱିକେଟ ହରାଇ ୩୫୯ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ କଙ୍ଗାରୁ ଦଳ ପକ୍ଷରୁ ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦଳର ପାଟ୍‌ କୁମିନ୍ସ୍‌ ସର୍ବାଧିକ ୫ଟି ୱିକେଟ ସଂଗ୍ରହ କରିଥିବା ବେଳେ ରିଚାର୍ଡସନ୍‌ ୩ଟି ୱିକେଟ ସଂଗ୍ରହ କରିଛନ୍ତି। କଙ୍ଗାରୁ ଦଳର କଡ଼ା ବୋଲିଂ ପ୍ରଦର୍ଶନ ଥାଇ ମଧ୍ୟ ଟିମ୍‌ ଇଣ୍ଡିଆର ଧୱନ-ରୋହିତଙ୍କୁ କେହି ରୋକି ପାରି ନଥିଲେ। ଉଭୟଙ୍କ ଧୂଆଁଧାର ବ୍ୟାଟିଂ ଅଷ୍ଟ୍ରେଲିଆ ଆଗରେ ୩୬୦ ରନ୍‌ର ବିଜୟଲକ୍ଷ୍ୟ ରଖିଛି।

ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସିରିଜ୍‌ରେ ୨-୧ରେ ଆଗୁଆ ଅଛି। ଆଜିର ମ୍ୟାଚ୍‌ ଜିତିଲେ ସିରିଜ କବ୍‌ଜା କରିବ ଟିମ୍‌ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ ମଧ୍ୟ ମ୍ୟାଚ୍‌ରେ ଭାରତକୁ ଟକ୍କର ଦେଇ ଜିତିବା ଲକ୍ଷ୍ୟନେଇ ଖେଳିବ। ବର୍ତ୍ତମାନ ମ୍ୟାଚ୍‌ଟି ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି।

Comment