ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଖେଳାଯିବ ଚତୁର୍ଥ ଦିନିକିଆ ମ୍ୟାଚ୍‌। ପଞ୍ଜାବର ମହାଲି ଷ୍ଟାଡିୟମ୍‌ରେ ଦିନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୨-୧ରେ ଆଗୁଆ ଅଛି। ତେବେ ଆସନ୍ତା ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ ହାତେଇବା ଲକ୍ଷ୍ୟରେ ଖେଳିବ କୋହଲି ସେନା। ଅନ୍ୟ ପକ୍ଷରେ ଭ୍ରମଣକାରୀ କଙ୍ଗାରୁ ଦଳ ମ୍ୟାଚ ଜିତି ସିରିଜରେ ବରାବର ହେବାର ଲକ୍ଷ୍ୟ ରଖିବ।

ଆସନ୍ତା ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ମହେନ୍ଦ୍ର ସିହ ଧୋନି ଖେଳିବେ ନାହିଁ। ତାଙ୍କ ବଦଳରେ ଟିମ୍‌ରେ ରିଶଭ ପନ୍ଥଙ୍କୁ ନିଆଯାଇଛି। କାଲି ମ୍ୟାଚରେ ସମସ୍ତଙ୍କ ନଜର ରିଶଭଙ୍କ ଉପରେ ରହିବ। କାରଣ, କାଲିର ଖେଳକୁ ଦେଖିବା ପରେ ପନ୍ଥ ବିଶ୍ୱକପ ରେ କେଳିବେ କି ନାହିଁ ତାହା ସ୍ଥିର କରାଯିବ।

୫ ଟିକିଆ ମ୍ୟାଚ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୨-୧ରେ ଆଗୁଆ ଅଛି। ପ୍ରଥମ ଓ ଦ୍ୱିତୀୟ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ହରାଇ ଟିମ୍‌ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଥିଲା। ହେଲେ ଏହି ବିଜୟ ଧାରାକୁ ଭାଙ୍ଗି ଅଷ୍ଟ୍ରେଲିଆ ଦଳ ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆକୁ ୩୨ ରନ୍‌ରେ ହରାଇଛି। ତେବେ ରବିବାର ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ଖେଳିବ। ଏଥର ସୁପର ସଣ୍ଡେରେ ଦେଖିବାକୁ ମିଳିବ ସୁପର ମ୍ୟାଚ୍‌।

Comment