ଓଡ଼ିଶାଲାଇଭ ବ୍ୟୁରୋ

ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦଳ ଏହି ମ୍ୟାଚକୁ ସହଜରେ ବିଜୟୀ ହୋଇଛି।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୪୯ ରନରେ ରୋକିଥିଲା। ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡ଼ି ମଧ୍ୟ ସଫଳ ହୋଇ ପାରିନଥିଲା। ଡିକକ୍‌ଙ୍କ ଅର୍ଦ୍ଧଶତକ ବଳରେ ଦଳ୫ ଓ୍ଵିକେଟ ହରାଇ ୧୪୯ ରନ କରିଥିଲା

ତେବେ ୧୫୦ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଶିଖର ଧଓ୍ଵନ(୪୦) ଓ ବିରାଟ କୋହଲି (୭୨) ରନ କରି ଦଳକୁ ୭ ଓ୍ଵିକେଟରେ ବିଜୟୀ କରାଇ ଥିଲେ।

Comment