ଓଡ଼ିଶାଲାଇଭ୍ ବ୍ୟୁରୋ 

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଖରାପ ଲାଇଟ୍ କାରଣରୁ ଅମ୍ପାୟାର ଅଧାରୁ ଖେଳ ବନ୍ଦ କରିଦେଇଛନ୍ତି। ଶନିବାର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ତିନି ୱିକେଟ୍ ହରାଇ ୨୨୪ ରନ କରିପାରିଛି।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଆରମ୍ଭରୁ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୩ଟି ମୂଲ୍ୟବାନ୍‌ ୱିକେଟ୍ ହରାଇବସିଥିଲା। ହେଲେ ପରେ ରୋହିତ ଶର୍ମା ଇଣ୍ଡିଆକୁ ବୃହତ୍‌ ସ୍କୋର ଆଡ଼କୁ ଆମେଇ ନେଇଥିଲେ। ପ୍ରଥମ ଦିନରେ ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଶତକ ହାସଲ କରିଥିବାବେଳେ ଆଜିଙ୍କ୍ୟ ରାହାଣେ ମଧ୍ୟ ଶତକର ନିକଟତର ହୋଇଛନ୍ତି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରୋହିତ ୧୧୭ ଓ ରାହାଣେ ୮୩ ରନ୍ କରି ନଟ୍ଆଉଟ୍ ଅଛନ୍ତି। ଭାରତୀୟ ଦଳ ୩୯ ରନରେ ତିନି ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଇଥିଲା। ଏହାପରେ ରୋହିତ ଓ ରାହାଣେଙ୍କ ବ୍ୟାଟିଂ ବଳରେ ଭାରତୀୟ ଦଳ ନିଜର ସ୍ଥିତି ମଜବୁତ କରିବାରେ ସକ୍ଷମ ହୋଇଥିଲା।

Comment