ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୬ ଓ୍ଵିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଫଳରେ ଭାରତ ଏହି ମ୍ୟାଚରେ ସହଜରେ ବିଜୟୀ ହୋଇପାରିଛି। ବିରାଟ ଏହି ମ୍ୟାଚରେ ୯୪ ରନ୍‌ର ଦମଦାର ପାଳି ଖେଳିଥିଲେ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିତି ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଭଲ ଆରମ୍ଭ କରିଥିଲା। ଦଳ ପକ୍ଷରୁ ସିମୋରନ ହେତମାୟାର ଅର୍ଦ୍ଧ ଶତକ ହାସଲ କରିଥିଲେ। ଏହାସହ ଅନ୍ୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଆକ୍ରାଣତ୍ମକ ଖେଳିଥିଲେ।

ଦଳ ପକ୍ଷରୁ ହେତମାୟାର ୫୬ ରନ୍‌ କରିଥିବା ବେଳେ ଇଭେନ ଲୁଇସ ୪୦, ବ୍ରାଣ୍ଡୋନ କିଙ୍ଗ ୩୧, ପୋଲାର୍ଡ ୩୭, ଜାସନ ହୋଲ୍ଡର ୨୪ ରନ କରିଥିଲେ। ଫଳରେ ଦଳ ୨୦୭ ରନ କରି ପାରିଥିଲା। ସେହିପରି ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ଦୁଇଟି ଓ୍ଵିକେଟ ନେଇଥିଲେ।

୨୦୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ଓପନର ରୋହିତ ଶର୍ମା ବେଶି ସମୟ କ୍ରିଜରେ ରହି ପାରିନଥିଲେ। ହେଲେ ରାହୁ ଓ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ଦଳକୁ ବିଜୟୀ କରାଇଥିଲା। ଦଳ ପକ୍ଷରୁ ରାହୁଲ ୬୨ ରନ କରିଥିବା ବେଳେ ବିରଟା କୋହଲି ଅପରାଜିତ ୯୪ ରନ କରିଥିଲେ। ଫଳରେ ଭାରତ ସହଜରେ ଏହି ମ୍ୟାଚକୁ ଜିତି ନେଇଛି।

Comment