ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ୱ ସ୍ତରରେ ଆତଙ୍କବାଦୀ ଘୋଷଣା କରିବା ପୂର୍ବରୁ ବାଟ ଓଗାଳିଛି ଚୀନ୍‌।

ବୁଧବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆମେରିକା, ଫ୍ରାନ୍ସ, ଏବଂ ବ୍ରିଟେନ ମସୁଦ୍‌କୁ ଅତଙ୍କବାଦୀ ଘୋଷଣା ପ୍ରସ୍ତାବ ଆଣିଥିଲେ। ତେବେ ଚୀନ୍‌ ଏହାକୁ ବିରୋଧ କରିଛି। ଆତଙ୍କବାଦୀ ମସୁଦ ଅଜହର ବିରୋଧରେ ପ୍ରମାଣ ମାଗିଛି ଚୀନ।

ଆତଙ୍କବାଦୀ ମସୁଦ ଅଜହରକୁ ପରୋକ୍ଷରେ ସମର୍ଥନ କରୁଛି ଚୀନ୍‌। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ଥାୟୀ ସଦସ୍ୟ ହୋଇଥିବା ବେଳେ ମସୁଦ୍‌କୁ ଆତଙ୍କବାଦୀ ଘୋଷଣାରେ ଚୀନର ଅଭିମୁଖ୍ୟ ଆବଶ୍ୟକ ପଡ଼ିବ। ତେଣୁ ବିଶ୍ୱର ନଜର ବର୍ତ୍ତମାନ ଚୀନ ଉପରେ ରହିଛି।

ଯଦି ଏହି ମାମଲାରେ ଚୀନ୍‌ର ନକରାତ୍ମକ ପ୍ରତିକ୍ରିୟା ମିଳେ, ତେବେ ସମଗ୍ର ବିଶ୍ୱ ଦରବାରରେ ଚୀନ ନିନ୍ଦା ପାଇବ।

Comment