ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ୫ଟିକିଆ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ବୁଧବାର ଖେଳାଯିବ।

ଇଣ୍ଡିଆ-ଅଷ୍ଟ୍ରେଲିଆ ୫ଟିକିଆ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ବୁଧବାର ଖେଳାଯିବ। ଏହି ମ୍ୟାଚ ଦିଲ୍ଲୀର ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମରେ  ଖେଳାଯିବ।

ଏହି ଦିନିକିଆ ସିରିଜରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦୁଇ ଦୁଇଟି ମ୍ୟାଚ ଜିତି ସିରିଜ ବରାବର ରଖିଛନ୍ତି। ତେଣୁ ଆଜିର ମ୍ୟାଚରେ ‘କର ବା ମର’ ସ୍ଥିତିରେ ଉଭୟ ଟିମ୍‌ ମ୍ୟାଚ ଖେଳିବେ। ଆଜିର ମ୍ୟାଚ ଯେଉଁ ଦଳ ଜିତିବ ସେହି ଦଳ ସିରିଜ ହାତେଇବ।

ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ରୋହିତ-ଶିଖରଙ୍କ ପାର୍ଟନରସିପ୍‌ ଉପରେ ସମସ୍ତଙ୍କ ନଜର ରହିବ। ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ନିଜ ଫର୍ମାଟ୍‌କୁ ଫେରି ଆଉଟ ହେବାରୁ ବଞ୍ଚିବାକୁ ପଡ଼ିବ।

ସେହିପରି ଫିଲ୍ଡିଂ କ୍ଷେତ୍ରରେ ଟମ୍‌ ଇଣ୍ଡିଆକୁ ସଜାଗ ହେବାକୁ ପଡ଼ିବ। କାହିଁକି ନାଁ ପୂର୍ବ ମ୍ୟାଚ୍‌ରେ ଭାରତ ହାରିବାର ମୂଳ କାରଣ ହେଉଛି ଖରାପ ଫିଲ୍ଡିଂ।

Comment