ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧିଙ୍କୁ ଉତ୍ସର୍ଗ କରିଛନ୍ତି। ନବୀନ ଏହାକୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ବୋଲି ଟୁଇଟ୍ କରି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ଟୁଇଟର୍‌ରେ ଲେଖିଛନ୍ତି, “ମହାତ୍ମା ଗାନ୍ଧି ହେଉଛନ୍ତି ମହିଳା ସଶକ୍ତିକରଣର ଜଣେ ବଡ଼ ମତଦାତା। ବିଧାନସଭା ତଥା ସଂସଦୀୟ ନିର୍ବାଚନୀ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ଗାନ୍ଧିଜୀ ସବୁବେଳେ ପ୍ରଧାନ୍ୟ ଦେଇ ଆସୁଥିଲେ।”

ନିର୍ବାଚନରେ ଓଡ଼ିଶାରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୮ରେ ସଂସଦ ଓ ରାଜ୍ୟ ବିଧାନସଭା କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ସରକାର ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଥିଲେ। ତେବେ ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାମାନଙ୍କ ସଂରକ୍ଷଣ ୫୦ ପ୍ରତିଶତ କରିଥିଲେ।

Comment