ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ଆଗାମୀ ନିର୍ବାଚନ ଲାଗି ସମାଜବାଦି ପାର୍ଟି, କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏବେ ସମସ୍ତଙ୍କ ନଜର ବିଜେପିର ପ୍ରାର୍ଥୀ ତାଲିକା ଉପରେ ଅଛି।

ସୂଚନାନୁସାରେ ଆଜି ବିଜେପି ୧୦୦ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଦିଲ୍ଲୀରେ ବିଜେପି ମୂଖ୍ୟାଳୟରେ ହେବିୱେଟଙ୍କର ବୈଠକ ଚାଲିଛି। ବୈଠକରେ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। କୁହାଯାଉଛି ଆଜିର ଏହି ବୈଠକରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବ।

କୁହାଯାଉଛି ବିଜେପି ଏଥର ମଧ୍ୟପ୍ରଦେଶର ୧୨ ଜଣ ସାଂସଦଙ୍କୁ ଲୋକସଭା ଲାଗି ଟିକେଟ ଦେଇନପାରେ। ଏହାର କାରଣ ସେମିତି କିଛି ସ୍ପଷ୍ଟ ହୋଇନଥିଲେ ବି ଚର୍ଚ୍ଚା ହେଉଛି ଗତ ନିର୍ବାଚନରେ ମଧ୍ୟପ୍ରଦେଶରେ ଦଳର ପରାଜୟ ପାଇଁ ଏମିତି ହୋଇଥାଇପାରେ।

ତେବେ କେଉଁ କେଉଁ ରାଜ୍ୟ ଲାଗି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଚର୍ଚ୍ଚା କି ଜିତିବାର ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବ।

Comment