ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କଲା ବିଜେପି।

ନିର୍ବାଚନ ପ୍ରଚାରକୁ ସରଗରମ କରିବା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ରାଜ୍ୟ ବିଜେପି। ବିଜେଡି, କଂଗ୍ରେସରେ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା ହୋଇ ନଥିବା ବେଳେ ବିଜେପି ଏଥିରେ ଆଗୁଆ ରହିଛି।

୪୦ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରି ରାଜ୍ୟ ବିଜେପି ନିର୍ବାଚନୀ ମାହୋଲକୁ ଉଷ୍ମ କରିଛି।

ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଓଡ଼ିଶାରେ ଏକାସାଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେଉଥିବାରୁ ମୋଦି ଏଠାରେ ପ୍ରଚାର ମଙ୍ଗ ଧରିବେ। ବିଭିନ୍ନ ସ୍ଥାନକୁ ଯାଇ ନିର୍ବାଚନୀ ସଭା କରିବେ ମୋଦି।

ସେହିପରି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ବି ଓଡ଼ିଶା ଆସିବେ।

ଆଉ କିଏ ତୁଙ୍ଗ ନେତା ଆସିବେ?

ବିଜେପି ପକ୍ଷରୁ ଜାରି କରାଯାଇଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରଘୁବର ଦାସ, ରାମ ଲାଲ୍, ଅରୁଣ ସିଂ, ସୌଦାନ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ନାଁ ରହିଛି।

ସେହିପରି ସ୍ମୃତି ଇରାନି, ପ୍ରକାଶ ଜାବଡେକର, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର ରମଣ ସିଂ, ଅର୍ଜୁନ ମୁଣ୍ଡା, ଶିବରାଜ ସିଂହ ଚୌହାନ, ଗିରିଧାରୀ ଗମାଙ୍ଗ, ବସନ୍ତ ପଣ୍ଡା, କେଭି ସିଂହଦେଓ, ବିଶ୍ୱଭୂଷଣ ହରିଚନ୍ଦନ, ଡାକ୍ତର ଦାମୋଦର ରାଉତ, ସୁରମା ପାଢ଼ୀ, ପ୍ରତାପ ଷଡ଼ଙ୍ଗୀ, ହେମା ମାଳିନୀ, ସମୀର ମହାନ୍ତି, ରଞ୍ଜନ ପଟେଲ, ମାନସ କୁମାର ମହାନ୍ତି, ଅମିତାଭ ଚକ୍ରବର୍ତ୍ତୀଙ୍କ ନାଁ ରହିଛି।

ଗୋଲକ ମହାପାତ୍ର, ମିହିର ଦାସ, ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର, ପିଙ୍କି ପ୍ରଧାନଙ୍କ ନାଁ ରହିଛି।

Comment