ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ଏଯାଏଁ ୯ଲୋକସଭା ଓ ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ୫୪ ବିଧାନସଭା ତାଲିକାରେ ବିଶେଷ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଅଛି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୫ତାରିଖ ସୋମବାର ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ୨୬ ତାରିଖ ଶେଷ ତାରିଖ ଅଛି। ମାତ୍ର ବିଜେଡି ଏହି ୨ ପର୍ଯ୍ୟାୟ ଲାଗି ଏ ଯାଏଁ ୯ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରିନାହିଁ।

ସେହି କ୍ରମରେ ଚର୍ଚ୍ଚା ହେଉଛି କି ରବିବାର ସଂଧ୍ୟା ସୁଦ୍ଧା ବିଜେଡି ୯ବିଧାନସଭା ସହିତ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ଦେଇପାରେ।

ଅନ୍ୟପଟେ ନବୀନ ନିବାସରେ ରବିବାର ଛୁଟିଦିନ ସତ୍ତ୍ୱେ ଅନେକ ନେତା କର୍ମୀ ଓ ସେମାନଙ୍କର ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା।

Comment