ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନୀ ବିଗୁଲ। କାହା ମତରେ ଯିବ ଏଥରର ଜନମତ। ଏ ନେଇ ସବୁ ଦଳ ନିଜ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି।

ଏହାରି ଭିତରେ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ଷ୍ଟାର ପ୍ରଚାରକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେଡି ସୁପ୍ରିମୋ ନୟାଗଡରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ପାଖାପାଖି ୪ଟି ନିର୍ବାଚନ ମଣ୍ଡଳୀର ୫୦ହଜାରରୁ ଅଧିକ କର୍ମୀ ଏହି ପ୍ରଚାରରେ ସାମିଲ ହୋଇପାରନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ସାଧାରଣ ସଭାରେ ଯୋଗ ଦେବେ ସେଠାରେ ଅନେକ ନେତା କର୍ମୀ ଓ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଛି।

ସମର୍ଥକଙ୍କ ମଧ୍ୟରେ ମହିଳା କର୍ମୀ ବି ସାମିଲ ହୋଇଛନ୍ତି। ଦଳର ନେତା ଓ କର୍ମୀଙ୍କ କହିବା କଥା ପୂର୍ବଥର ପରି ଏଥର ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ।

Comment