ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେଭିଡ୍ ୱାର୍ଣ୍ଣରଙ୍କ ଧୁଆଁଧାର ୮୫ ରନ୍‌, ସନ୍‌ରାଇଜର୍ସ ହାଇଦ୍ରବାଦ୍‌ ୧୮୧/୩, କୋଲକାତା ସାମ୍ନାରେ ୧୮୨ ରନ୍‌ର ଟାର୍ଗେଟ।

କୋଲକାତାର ଇଡେନ ଗାର୍ଡେନରେ ଚାଲୁଛି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌। ଟସ୍‌ ଜିତି କେକେଆର୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ହାଇଦ୍ରାବାଦ୍‌ ଟିମ୍‌ ବ୍ୟାଟିଂ କରି ନିଦ୍ଧାରି ୨୦ ଓଭର୍‌ରେ ୧୮୧ ରନ୍‌ ସଂଗ୍ରହ କରିଛି। ଡେଭିଡ୍ ୱାର୍ଣ୍ଣରଙ୍କ ଧୁଆଁଧାର ବ୍ୟାଟିଂ ଓ ନିଜସ୍ୱ ୮୫ ରନ୍‌ ବଳରେ ହାଇଦ୍ରାବାଦ୍‌ ଏତେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଛି।

କୋଲକାତା ଟିମ୍‌ ପକ୍ଷରୁ ଆଣ୍ଡ୍ରେ ରୁସେଲ୍‌ ୨ଟି ୱିକେଟ୍‌ ନେଇଥିବା ବେଳ ପିୟୁଷ ଚାୱଲା ଗୋଟିଏ ୱିକେଟ୍‌ ସଂଗ୍ରହ କରିଛନ୍ତି। ଆଜିର ମ୍ୟାଚ୍‌ରେ କୋଲକାତା ପକ୍ଷରୁ ଧିମା ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ ଆଗରେ କୋଲକାତାର ବୋଲର ଘାଇଲା ହୋଇଥିଲେ।

ସେହିପରି ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ଦୀର୍ଘ ଦିନ ପରେ କ୍ରିକେଟ୍‌ ମଇଦାନ୍‌କୁ ବ୍ୟାକ୍‌ କରିଛନ୍ତି। ବଲ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଦଳର ୱାର୍ଣ୍ଣର ଓ ସ୍ମିଥ୍‌ଙ୍କୁ ଆଇସିସି ପକ୍ଷରୁ ଏକ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ଯୋଗକୁ ଠିକ୍ ଆଜିର ଦିନରେ ଅର୍ଥାତ୍‌ ୨୦୧୮ ମସିହା ମାର୍ଚ୍ଚ ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା।

Comment