ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ଅଧିନାୟକ ପଦ ଛାଡ଼ିଲେ ଦିନେଶ କାର୍ତ୍ତିକ। ନିଜ ବ୍ୟାଟିଂ ପ୍ରତି ଅଧିକ ଧ୍ୟାନ ଦେବାକୁ ଯାଇ ସେ ଅଧିନାୟକ ପଦ ଛାଡ଼ିଥିବା କହିଛନ୍ତି। ତାଙ୍କ ବଦଳରେ ଏବେ ଇଂଲଣ୍ଡର ଖେଳାଳି ଇଆନ୍ ମୋର୍ଗାନ୍ ଦଳର କ୍ୟାପଟେନ୍ ହେବେ ବୋଲି ଜଣାପଡ଼ିଛି।

ଆଜି ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତା, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି। ଏହାପୂର୍ବରୁ କାର୍ତ୍ତିକଙ୍କ ଏହି ନିଷ୍ପତ୍ତି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।ଚଳିତ ସିଜିନରେ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ସେତେଟା ଭଲ ରହିନି। ଗତ ୭ଟି ଇଂନିସରେ ସେ ମୋଟ ୧୦୮ ରନ୍ କରିପାରିଛନ୍ତି। ତାଙ୍କ ନେତୃତ୍ୱରେ କେକେଆର୍ ମଧ୍ୟ ୭ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟୀ ହୋଇପାରିଛି। ତେଣୁ ସେ ଅଧିନାୟକ ପଦରୁ ଓହରି ବ୍ୟାଟିଂ ଉପରେ ଫୋକସ୍ କରିବେ  ବୋଲି କହିଛନ୍ତି।

 

Comment